ଭଲପାଇବା ଠାରୁ ଦୂରରେ ଅଛନ୍ତି କି ?

ଭଲପାଇବା ଭଗବାନଙ୍କ ଆଶିର୍ବାଦ । ଆଉ ପ୍ରେମ ଅନ୍ଧ । ଏହା ଜାତି, ଧର୍ମ ଓ ବର୍ଣୃୂକୁ ଦେଖେନାହିଁ । ପ୍ରେମରେ ପଡିଲେ ମଣିଷ ଭୁଲ୍ ଠିକ ମଧ୍ୟ ବୁଝିପାରେନା । ପାଖରେ ହଉ କି ଦୂରରେ ପ୍ରେମରେ ଥିଲେ ମଣିଷ କିଛି ବି ଦେଖେନାହିଁ । ଆଜି ଆମେ ଦୁରରେ ରହୁଥିବା ପ୍ରେମି ଯୁଗଳଙ୍କ ସମ୍ପର୍କ ବିଷୟରେ ଆଲୋଚନା କରୁଛୁ । ଭଲପାଇବା ଥିଲେ ମଧ୍ୟ କିଛି ଭୁଲ ପାଇଁ ଯୋଡି ଭାଙ୍ଗିଯାଇ ଥାଏ ।
ସନ୍ଦେହ କରନ୍ତୁନି – ଦୂରରେ ଥିବା ସାଥୀ ଉପରେ ସନ୍ଦେହ କରନ୍ତୁନି କାରଣ ସନ୍ଦେହରେ ସମ୍ପର୍କ ଭାଙ୍ଗିଥାଏ । କାରଣ ଆମେ ତାକୁ ଦେଖିପାରୁନା ଯଦି ଆପଣ ସନ୍ଦେହରେ କଳି କରନ୍ତି ତାହାଲେ ସମ୍ପର୍କ ଭାଙ୍ଗିଯାଏ ।
ବିଶ୍ୱାସ କରନ୍ତୁ – ବିଶ୍ୱାରରେ ସମ୍ପର୍କ ଚାଲିଥାଏ । ହେଲେ ଆଜିକାଲି ପ୍ରେମରେ ବିଶ୍ୱାସ କମ୍ ସନ୍ଦେହ ଅଧିକ ରହିଛି ଯାହା ପାଇଁ ପ୍ରେମ ସମ୍ପର୍କ ଭାଙ୍ଗିଯାଏ ।

ସମୟ ଦିଅନ୍ତୁ – ପ୍ରେମ ସମ୍ପର୍କରେ କଥା ହେବା ପାଇଁ ସମୟ ନଦେଲେ ଉଭୟଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୁଏ ।ସମ୍ପର୍କରେ ଫାଟ ମଧ୍ୟ ଦେଖାଦିଏ । ତେଣୁ ଆପଣ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ସେଥିପ୍ରତି ସଚେତନ ନହେଲେ ପ୍ରେମ ପାଣିଚିଆ ହୋଇଯାଏ ।
ସତ କୁହନ୍ତୁ – ସତ କହିବା ଏକ ଭଲ ଅଭ୍ୟାସ । ଯଦି ସତ ଭିତରେ ମିଛ ବା ପ୍ରତାରଣା ବସା ବାନ୍ଧିଲା ତେବେ ପ୍ରେମର ମୀନାର ଭୁଷୁଡିପଡେ ।

 

Share

Leave a Reply

Your email address will not be published. Required fields are marked *

seventeen − seven =