ଡାକ୍ତରଖାନାରେ କମେଡିଆନ୍ ବ୍ରହ୍ମାନନ୍ଦମ୍ ପଢନ୍ତୁ…

ସାଉଥ ଇଣ୍ଡିଆନ୍ ଫିଲ୍ମର ସୁପର ହିଟ କମେଡିଆନ୍ ବ୍ରହ୍ମାନନ୍ଦମଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ହେବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୬୨ ବର୍ଷିୟ ଏହି ବିଶିଷ୍ଟ କଳାକାରଙ୍କୁ ୧୩ ଜାନୁଆରୀରେ ମୁମ୍ବାଇର ଏସିଆନ୍ ହାର୍ଟ ଇଷ୍ଟିଟ୍ୟୁଟରେ ଭର୍ତ୍ତି କରାଯାଇଛି। ମିଡିଆ ରପୋର୍ଟ ମୁତାବକ, ତାଙ୍କୁ ହୃଦ ଜନିତ ରୋଗ ହୋଇଛି। ଯାହାପାଇଁ ଜାନୁଆରୀ ୧୫ରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଛି।
ବ୍ରାହ୍ମାନନ୍ଦମଙ୍କ ଏହି ସର୍ଜରୀ ମୁମ୍ବାଇର ଏସିଆନ୍ ହାର୍ଟ ଇଷ୍ଟିଟ୍ୟୁଟରେ ହୋଇଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡା ଅପରେସନ୍ କରିଛନ୍ତି। ହାଇଦ୍ରାବାଦ ସ୍ଥିତ ବାସଗ୍ରୁହରେ ରବିବାର ଦିନ ହଠାତ୍ ବ୍ରହ୍ମାନନ୍ଦମଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତର ନିଆଯାଇଥିବା ବେଳେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା କହିଥିଲେ।
ତେବେ ତାଙ୍କର ମେଡିକାଲ ଯାଞ୍ଚ ସମୟରେ ଡାକ୍ତର ତାଙ୍କର ଅପରେସନ୍ କରିବା ପାଇଁ କହିଥିଲେ। ଏବେ ତାଙ୍କୁ ଡାକ୍ତର ଅବଜରଭେସନରେ ରଖିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଡାକ୍ତରଖାନାରେ ତାଙ୍କର ଦୁଇ ପୁଅ ଗୌତମ ଏବଂ
ସିଦ୍ଧାର୍ଥ ଉପସ୍ଥିତ ଅଛନ୍ତି।
ନିଜର କମିକ୍ ଟାଇମିଂ, ଏକ୍ସପ୍ରେସନ ଏବଂ ହସାଇବା ଚରିତ୍ର ପାଇଁ ବିଶିଷ୍ଟ ବ୍ରହ୍ମାନନ୍ଦମ୍ ଖୁବ୍ ଚର୍ଚ୍ଚିତ। ସେ ୧୯୮୬ ମସିହାରେ ଫିଲ୍ମ ଆହାନା ପେଲାଂନା ଫିଲ୍ମ ଜରିଆରେ ଟଲିଉଡ଼ରେ ଡେବ୍ୟୁ କରିଥିଲେ। ତେବେ ସେ ଏପର୍ୟ୍ୟନ୍ତ ଭିନ୍ନ ଭିନ୍ନ ଭାଷାରେ ପ୍ରାୟ ୧୧୦୦ଟି ଫିଲ୍ମ ପ୍ରସ୍ତୁତ କରି ଗିନିଜ ରେକର୍ଡ଼ କରିଛନ୍ତି। ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

4 + 9 =