ସୁଶାନ୍ତଙ୍କ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ()ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ । ସୁପ୍ରିମକୋର୍ଟରେ ଏନେଇ ଆଗତ ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଯେଉଁସବୁ ପ୍ରମାଣ ହସ୍ତଗତ ହୋଇଛି ତାହାକୁ ସିବିଆଇକୁ ଦେବା ପାଇଁ ମୁମ୍ବାଇ ପୁଲିସକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି ।

ସୁଶାନ୍ତଙ୍କ ମୃତୁ୍ୟ ଏବେ ବି ରହସ୍ୟ ଘେରରେ ରହିଛି । ବିହାର ଓ ମହାରାଷ୍ଟ୍ର ପୁଲିସ ଏହାର ତଦନ୍ତ କରୁଥିଲେବି ବିଭିନ୍ନ ମହଲରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଥିଲା । ସେହିପରି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ସୁପରିକଳ୍ପିତ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ହୋଇନଥିଲେ ବି ଅଧିକାଂଶ ହତ୍ୟା କରାଯାଇଥିବା ନେଇ ଆଶଙ୍କା କରୁଛନ୍ତି । ବିଶେଷକରି ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ଭୂମିକାକୁ ନେଇ ସନେ୍ଦହ ଘନୀଭୂତ ହୋଇଛି । ଅପରପକ୍ଷରେ ଆର୍ଥିକ ଦେଣନେଣକୁ ନେଇ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ମଧ୍ୟ ପ୍ରବର୍ତନ ନିଦେ୍ର୍ଧଶାଳୟ ଜେରା କରିସାରିଛି । ନିକଟରେ ସୁଶାନ୍ତଙ୍କ ମ୍ୟାନେଜର ଚାଂଚଲ୍ୟକର ବୟାନ ଦେଇଥିଲେ । ସୁଶାନ୍ତଙ୍କ ଷ୍ଟାଫମାନେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 5 =