ଲାଇ ଡିଟେକ୍ସନ ଟେଷ୍ଟ ଶେଷ, ମୃତ୍ୟୁ ସମ୍ପର୍କରେ ୭୦ ପ୍ରଶ୍ନ

ଭୁବନେଶ୍ୱର()  ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ ମାମଲାରେ  ଆଜି କରାଯାଇଥିବା ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି ।  ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯାଇଥିବା ଟେଷ୍ଟ ସରିଛି ।  ପ୍ରାୟ ୫ ଘଣ୍ଟା ଧରି ଏହି ଟେଷ୍ଟ ଚାଲିଥିଲା ।  ଏହି ଅବସରରେ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟଙ୍କ ମୃତୁ୍ୟ ସମ୍ପର୍କରେ ଜଡ଼ିତ ମୋଟ ୭୦ଟି ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି ।

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟ ମାମଲାର ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଂଚ  । ଆଦିତ୍ୟଙ୍କ ପନôୀ ବିଦ୍ୟାଶ୍ରୀ, ପପୁ, ବିକାଶ ଓ ପ୍ରୀତମଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ ଯୋଜନା କରାଯାଇଛି  । ଏହି କ୍ରମରେ ଆଜି ଭୁବନେଶ୍ୱରର ଫୋରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fifteen − 13 =