ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ୍

ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଜିତ୍ ଆୟାର ମିତ୍ର । କୋଣାର୍କ ଥାନା ପୋଲିସ ଅଭିଜିତ୍ଙ୍କୁ ରିମାଣ୍ଡରେ ନେବ । ଏନେଇ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ଅଭିଜିତ୍ କୋଣାର୍କର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ଅଧିକ ତଦନ୍ତ ଓ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଛି କୋଣାର୍କ ପୋଲିସ ।
ବର୍ତ୍ତମାନ ଝାରପଡ଼ା ଜେଲ୍ର ୧୧ନମ୍ବର ସେଲରେ ଅଛନ୍ତି ଅଭିଜିତ୍ । ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରିଥିଲା । ଧାର୍ମିକ ଭାବନାକୁ ଆଘାତ ନେଇ ଗିରଫ ହୋଇଥିଲେ । ଗତମାସରେ ଅଭିଜିତ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଓଡ଼ିଶା ଓ କୋଣାର୍କ ସୂର‌୍ୟ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିଥିଲା ।

Share

Leave a Reply

Your email address will not be published. Required fields are marked *

seventeen + four =