ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ …

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ 8 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 8ଟି ନମ୍ବରକୁ ସେ ଫୋନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗିର, ସୁନ୍ଦରଗଡ, ମାଲକାନଗିରି, ଯାଜପୁର ଓ ବାରିପଦାର କିଛି ଲୋକଙ୍କ ସହ ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ସଂପର୍କରେ କଥା ହୋଇଥିଲା ବେଳେ ନୟାଗଡ ଓ ଭବାନିପାଟଣା ଲୋକଙ୍କ ସହ ଥାନାରେ ସେମାନଙ୍କୁ ମିଳିଥିବା ସେବା ସମ୍ପର୍କରେ କଥା ହୋଇଥିଲେ ।

ଲୋକମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ଥାନା ଓ ଡାକ୍ତରଖାନା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ ଏବଂ ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାତ ଜଣାଇଥିଲେ । ପରେ ସେ କ୍ୟାପିଟାଲ ହସପିଟାଲ ଓ ଶହୀଦ ନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋକୋ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ନୋଚନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 3 =