ବିପଦ ସଙ୍କେତ ଉପରେ ୩ ବଡ଼ ନଦୀ

ଭୁବନେଶ୍ୱର() ବନ୍ୟା ବିପଦ ଡାକି ଆଣିଛି ଲଗାଣ ବର୍ଷା । ସବୁ ନଦୀ ଉପରମୁହାଁ । ରାଜ୍ୟର ୩ଟି ବଡ଼ ନଦୀ ଏବେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି ।  ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବିପଦସଙ୍କେତ ଉପରେ ବୋହୁଛି ।

ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।  ଆନନ୍ଦପୁର ଠାରେ ବିପଦସଙ୍କେତ ୩୮.୩୬ମିଟର ଥିବାବେଳେ ଦିନ ୧୨ଟାରେ ଏହା ୪୦.୦୯ ମିଟରରେ ପ୍ରବାହିତ ହେଉଛି ।  ଆଖୁଆପଦା ଠାରେ  ବିପଦସଙ୍କେତ ୧୭.୮୩ ଥିବାବେଳେ ଦିନ ୧୨ଟାରେ ୧୯.୯୦ ମିଟରରେ ପ୍ରବାହିତ ହେଉଛି ।

ସେହିପରି ବୁଢାବଳଙ୍ଗ ଏନଏଚ-୫ ଠାରେ ବିପଦସଙ୍କେତ ୮.୧୩ ମିଟର ଥିବାବେଳେ ଦିନ ୧୨ଟାରେ ଏହା ୮.୪୦ ମିଟରରେ ପ୍ରବାହିତ ହେଉଛି ।  ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦସଙ୍କେତ ୪୯.୧୫ ମିଟର ଥିବାବେଳେ ଏବେ ୫୦.୫୮ରେ ପ୍ରବାହିତ ହେଉଛି ।

Share

Leave a Reply

Your email address will not be published. Required fields are marked *

17 − six =