ଫନି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ରେକର୍ଡ ସଂଖ୍ୟକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର () ବାତ୍ୟା ଫାନିର ଲ୍ୟାଣ୍ଡ ଫଲ ପ୍ରକିୟା ଆରମ୍ଭ ହୋଇଛି । ପୁରୀରେ ସ୍ଥଳ ଭାଗକୁ ଛୁଇଁବ । ଏବେ ଏହା ପୁରୀରୁ 70 କିଲୋମିଟର ଦୂରରେ ଥିବା ବେଳେ ପବନର ବେଗ 100 କିଲୋମିଟର ଉପରେ ରହିଛି ।

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଥିବା ବେଳେ ପ୍ରବଳ ବର୍ଷା ଲାଗିରହିଛି । ଏବେ ସୁଦ୍ଧା ପୁରୀରେ ୧୦ ସେଣ୍ଟିମିଟର, ଭୂବନେଶ୍ୱର ୫ ସେଣ୍ଟିମିଟର, ପାରାଦୀପ, ବାଲେଶ୍ବର, ଚାନ୍ଦବାଲି ରେ ୩ ସେଣ୍ଟିମିଟର ବର୍ଷା ରେର୍କଡ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୨୫ହଜାର ୩୮୦ଲୋକଙ୍କୁ ସେଲଟର୍ ହୋମକୁ ସ୍ତାନାନ୍ତର କରାଯାଇଛି । ୬ହଜାର ୩୭୦ଟି ସେଲଟର୍ ହୋମ୍ ରହିଛି । ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରେ ୩ଲକ୍ଷ ୧ହଜାର ୪୬୦ ଜଣଙ୍କୁ ସ୍ତାନାନ୍ତର କରାଯାଇଛି । ଭଦ୍ରକ ଜିଲ୍ଲାରେ ୬୦ହଜାର ୫୦୦, ବାଲେଶ୍ବରରେ ୫୮ହଜାର ୪୨୩, କେନ୍ଦ୍ରାପଡାରେ ୫୫ହଜାର ଲୋକଙ୍କୁ, ପୁରୀରେ 1 ଲକ୍ଷ 18 ହଜାର, କଟକରେ ୧ଲକ୍ଷ, ଖୋର୍ଦ୍ଧା ୮୩ହଜାର, ଯାଜପୁର ୬୦ହଜାର, ଭୁବନେଶ୍ୱର ୧୫ହଜାର, କନ୍ଧମାଳ ୧୧ହଜାର ୬୧୨, ଗଜପତି ୩୪ହଜାର ୧୦୧, ନୟାଗଡ଼ ୨୩ହଜାର ୫୪ଜଣ, ରାୟଗଡା ୧୫ହଜାର ୩୭୫ଜଣଙ୍କୁ ସ୍ତାନାନ୍ତର କରାଯାଇଛି । ମୟୂରଭଞ୍ଜରେ ୩ହଜାର, ଢେଙ୍କାନାଳରେ ୫ହଜାର ୩୯୭ ଜଣଙ୍କୁ ସ୍ତାନାନ୍ତର କରାଯାଇଛି । ସୂଚନା ଅନୁସାରେ ମୋଟ୍ ୧୨ଲକ୍ଷ ୩୧ହଜାର ୫୬୧ ଜଣଙ୍କୁ ସ୍ତାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

six − one =