ଅଭିନେତା ଦେବୁ ବୋଷଙ୍କ ବିୟୋଗ

ଭୁବନେଶ୍ବର: ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକରରେ ସ୍ତବ୍ଧ ପୁରା ଓଲିଉଡ ଦଗତ । ୭୬ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କର ପରଲୋକ ହୋଇଛି।୪ ମାସ ହେଲା ସେ ଅସୁସ୍ଥ ଥିବା ବେଳେ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା। ଏହା ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ। ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।  ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ା ୨୦୧୪ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ରାସ୍ତା’ ହେଉଛି ତାଙ୍କ ଶେଷ ଚଳଚ୍ଚିତ୍ର। ଅଭିନୟ ବ୍ୟତୀତ ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ।  ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ।  ସେ ‘ମନଆକାଶ’ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଚଳଚ୍ଚିତ୍ର ବ୍ୟତିତ ‘ଦିଗନ୍ତ’ ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ। ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ରେ ସେ ଜଣେ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟ କରିଥିଲେ।

Share

Leave a Reply

Your email address will not be published. Required fields are marked *

19 − seventeen =