ଓଡିଶା ଆଉ ଆର୍ଥିକ ରୋଗାଗ୍ରାସ୍ତ ରାଜ୍ୟ ନୁହେଁ

80 ବର୍ଷର ରାଜ୍ୟ ବଜେଟର ସଂସ୍କରଣ ପ୍ରକାଶିତ

ଭୁବନେଶ୍ବର () ପ୍ରଥମ ଥର ପାଇଁ ଦେଶର ଅର୍ଥନୈତିକ ଇତିହାସରେ ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର 80 ବର୍ଷର ରାଜ୍ୟ ବଜେଟର ପ୍ରସ୍ତୁତି ଓ ଅଭିବୃଦ୍ଧି ସମ୍ପର୍କିତ ଏକ ସଂସ୍କରଣ ପ୍ରକାଶ ପାଇଛି । 1936 ରେ ସ୍ବତନ୍ତ୍ର ଓଡିଶା ଗଠନରୁ ଏଯାଏଁ ବଜେଟର ଆକାର ଓ ବଜେଟର ଗୁରୁତ୍ବ ଉପରେ ତଥ୍ୟ ସମ୍ବଳିତ ଆଲୋଚନା କରାଯାଇଛି । ବଜେଟ ପ୍ରସ୍ତୁତି ନେଇ ଏମିତି ଅନେକ କିଛି ଅନାଲୋଚିତ ଦିଗ ଉପରେ ଏହି ସଂସ୍କରଣରେ ଆଲୋକପାତ କରାଯାଇଛି  । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ମାତ୍ର 6ଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିବା ବେଳେ କଟକ ଥିଲା ଓଡିଶାର ରାଜଧାନୀ  ।

ପୁରୀର ଟାଉନ ହଲଠାରେ 1936 ମେ 8 ତାରିଖରେ ପ୍ରଥମ ବଜେଟ ଉପସ୍ଥାପିତ ହୋଇତିଲା  । ସେ ସମୟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ପି.ଟି. ମାନ୍ସଫିଲ୍ଡ ବଜେଟ ଉପସ୍ଥାପିତ କରିଥିଲେ । ବଜେଟର ଆକାର ଥିଲା ମାତ୍ର 1କୋଟି 77 ଲକ୍ଷ ଟଙ୍କା । ସେସମୟରେ କେନ୍ଦ୍ର ଓଡିଶାକୁ 50 ଲକ୍ଷ ଟଙ୍କା ସ୍ବତନ୍ତ୍ର ରାଜ୍ୟ ଗଠନର କ୍ଷତିପୂରଣ ସହ 19 ଲକ୍ଷ ଟଙ୍କା ରାଜସ୍ବ ଅନୁଦାନ ମିଳିଥିଲା। ସେ ସମୟରେ ରାଜ୍ୟର ରାଜସ୍ବ ଆୟ ବହୁତ କମ ଥିବାରୁ ବାର୍ଷିକ ବଜେଟରେ ବ୍ୟୟ ବରାଦକୁ ତାହା ନିୟଣ୍ଟିଆ ହେଉଥିଲା  । ଯେଉଁଥି ପାଇଁ 1936ରୁ 1939 ଯାଇଁ ରାଜ୍ୟ ସରକାର ଛଟେଇ ଅଭିଯାନ ଆରମ୍ଭ ହୋଇଥିଲା । ସେ ସମୟରେ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ କଂଟାଛାଂଟ ହୋଇଥିଲା ।

ଏମିତି ଏକ ଆର୍ଥିକ ଦୁର୍ଦିନରୁ ଆଜି ଆର୍ଥିକ ସ୍ବାବଲମ୍ବୀ ରାଜ୍ୟରେ ପହଂଚିଛି ଓଡିଶା । 2000 ମସିହାରେ ବିଜେଡି କ୍ଷମତାକୁ ଆସିବା ସମୟରେ 14000 କୋଟି ଟଙ୍କାର ବଜେଟ ଆକାର ଥିଲା । ଏଥିରେ ବାର୍ଷିକ 15 ପ୍ରତିଶତ ସମଗ୍ରୀକ ଅଭିବୃଧି ହୋଇ ଏବେ ବଜେଟର ଆକାର 1ଲକ୍ଷ 20 ହଜାର କୋଟି ଟଙ୍କାରେ ପହଁଚିଛି । ଏଭିତରେ 1999 ଏବଂ 2001ରେ ମଧ୍ୟ ଆର୍ଥିକ ସଂସ୍କାର ଆଣିବା ନେଇ ଅନେକ ପଦକ୍ଷେପ ନିଆଯାଇଛି  । ଫଳରେ 1999 ପରେ 2005-06ରେ ଓଡିଶା ରାଜସ୍ବ ବଳକା ରାଜ୍ୟ ହେବା ସହ ପ୍ରଥମ ଥର ପାଇଁ 2006-07ରେ ବିତ୍ତିୟ ବଳକା ରାଜ୍ୟର ମାନ୍ୟତା ପାଇପାରିଥିଲା  ।

ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ସ୍ବତରନ୍ତ୍ର କୃଷି ବଜେଟ ସହ ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ କରାଯାଇଛି । ଓଡିଶା ଆଉ ବିମାରୁ ରାଜ୍ୟ ହୋଇ ରହିନୀ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ସମୟରେ ଓଡ଼ିଶାର ବିକାଶ ହୋଇନି ଏହାକୁ ଅସ୍ବୀକାର କରିହେବନି ବୋଲି କହିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ସମୟ ଅନୁଯାଇ ଓଡିଶା ଆଗେଇଛି । କିନ୍ତୁ ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ ସେନଙ୍କ ଅର୍ଥନୀତି ଅନୁଯାଇ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =