ପୁଣି ଜନତାଙ୍କ ଉପରେ ବଢିଲା ବୋଝ

ନୂଆଦିଲ୍ଲୀ () ତେଲ ଦର କାମୁନି । ସେପଟେ ବୋଝ ଉପରେ ନଳିତା ବିଡା ପରି ପାର୍ବଣ ଋତୁରେ କେନ୍ଦ୍ର ସରକାର 19ଟି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । କାରଣ ଏହିସବୁ ସାମଗ୍ରୀ ଉପରେ ଆଜି ମଧ୍ୟରାତିରୁ ସୀମା ଶୁକ୍ଳ ବୃଦ୍ଧି ପାଇବ । ଆଜି ମଧ୍ୟରାତ୍ରୀରୁ ଦେଶରେ କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମାଶୁଳ୍କ 2.5ରୁ 10 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅନାବଶ୍ୟକ ସାମଗ୍ରୀର ଆମଦାନୀକୁ କମାଇବା ପାଇଁ ଏହି ସୀମାଶୁଳ୍କ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । ଏହା ଫଳରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହେବା ସହିତ ମୁଲ୍ୟବାନ ଧାତବ ପଦାର୍ଥ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ, ଧାତବ ଅଳଙ୍କାର, ଏୟାର କନଡିସନର, ଟ୍ରଙ୍କ ସୁଟକେସ ଓ ଟ୍ରାଭେଲ ବ୍ୟାଗ, କାର ଟାୟାର ପ୍ରଭୁତି ମହଙ୍ଗା ହେବ । ଯେଉଁସବୁ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ହୋଇଛି ସେଥିରୁ କେନ୍ଦ୍ର ସରକାର ବାର୍ଷିକ 86 ହଜାର କୋଟି ଟଙ୍କା ରାଜସ୍ବ ପାଉଥିଲେ।

ପୂର୍ବରୁ ୱାସିଂ ମେସିନ, ଫ୍ରିଜ ଓ ଏସି ଉପରେ ସୀମା ଶୁଳ୍କ 10 ପ୍ରତିଶତ ଥିଲା । ଏହାକୁ ଆଉ 10 ପ୍ରତିଶତ ବଢ଼ା ଯାଇଛି । ସ୍ପିକର ଓ ଜୋତା ଉପରେ ସୀମା ଶୁଳ୍କ 15 ଓ 25 ପ୍ରତିଶତ କରାଯାଇଛି । ଘରୋଇ ପ୍ଲାଷ୍ଟିକ ଉପକାରଣରେ ସୀମା ଶୁଳ୍କ 10 ପ୍ରତିଶତ ବୃଦ୍ଧି କରାଯାଇ 15 ପ୍ରତିଶତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + one =