ପୁଲୱାମା ପ୍ରତିଶୋଧ ପରେ ସେନାକୁ ସଲାମ୍

ଫେବ୍ରୁଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ କାନ୍ଦିଥିଲା ସାରା ଦେଶ। ତାତି ଉଠିଥିଲେ ସାରା ଜନତା। ସବୁଠି ଶୁଣିବାକୁ ମିଳିଥିଲା ପ୍ରତିଶୋଧର ନାରା । ଆଉ ଆକ୍ରମଣର ଠିକ୍ ୧୨ ଦିନ ପରେ ଏହାର ଜବାବ ଦେଇଛନ୍ତି ଭାରତୀୟ ସେନା। ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ କରାଯାଇଛି ଜୋରଦାର ଆକ୍ରମଣ । ଜୈଶ-ଇ-ମହମ୍ମଦର ଶିବିରକୁ ଲକ୍ଷ୍ୟ କରି ବାୟୁସେନା ୧୦୦୦ କେଜି ଓଜନର ବୋମା ପକାଇଛି, ଯେଉଁଥିରେ ୩୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଆକ୍ରମଣରେ ଆତଙ୍କବାଦୀଙ୍କ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଧ୍ୱଂସ ହୋଇଥିବା ଖବର ମିଳିଛି।

ପୁଲୱାମା ଆକ୍ରମଣ ପରେ ସହୀଦଙ୍କ ପରିବାର ପାଇଁ ବଲିଉଡରୁ ସହାୟତାର ସୁଅ ଛୁଟିଥିଲା। ଏବେ ପ୍ରତି ଆକ୍ରମଣ ପରେ ଟ୍ୱିଟର୍ରେ ପ୍ରଶଂସାରେ ବାୟୁସେନାକୁ ପୋତି ପକାଇଛନ୍ତି ବଲିଉଡ୍ କଳାକାର ଓ ଅନ୍ୟମାନେ।
ସେହିପରି ବଲିଉଡ୍ର ଜଣାଶୁଣା ପ୍ରଯୋଜକ ଅଶୋକ ପଣ୍ଡିତ ଟ୍ୱିଟ୍ କରି ଲେଖିଛନ୍ତି, “ଚୁନ୍ ଚୁନ୍ କେ ମାରେଙ୍ଗେ! ଯବାନଙ୍କୁ ସଲାମ୍! ବନ୍ଦେ ମାତରମ୍।“

ସେଲିବ୍ରିଟିଙ୍କ ମଧ୍ୟରେ ଅଜୟ ଦେବଗନ୍, ଅଭିଷେକ ବଚ୍ଚନ, ପରେଶ ରାୱଲ୍, ମଲ୍ଲିକା ଶେରାୱତ୍, କରନ୍ କୁନ୍ଦ୍ରା, ବିବେକ ଓବରଏ, କୈଲାସ୍ ଖୈର୍, ତାପସୀ ପନ୍ନୁ, ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ମଧ୍ୟ ଟ୍ୱିଟ୍ କରି ଭାରତୀୟ ବାୟୁସେନାର ପ୍ରଶଂସା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

eighteen − 9 =