ଝଡୁଛି ପଦ୍ମ ପାଖୁଡା, ଉଠୁଛି ହାତ

ଛତିଶଗଡ, ରାଜସ୍ଥାନରେ ଭାଙ୍ଗିଲା ଗଡ

ଭୁବନେଶ୍ବର () ଫାଇନାଲ ପୂର୍ବରୁ ସେମିଫାଇନାଲରେ ବିଜେପିର ସ୍ଥିତି ଟଳମଳ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ଟ୍ରେଣ୍ଡ ବିଜେପି ନେତାଙ୍କ ଗୋଡ ତଳୁ ମାଟି ଖସେଇ ଦେଇଛି। ରାଜସ୍ଥାନ ଓ ଛତିଶଗଡରେ ବିଜେପିର ଗଡ ଭାଙ୍ଗିବାକୁ ଯାଉଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡୁଛି ଯେ ଏହି ଦୁଇ ରାଜ୍ୟରେ କଂଗ୍ରେସ ସରକାର ଗଢିବାକୁ ଯାଉଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ସ୍ଥିତି ଠିକ ନାହିଁ, କଡା ଟକ୍କର ଦେଉଛି କଂଗ୍ରେସ।

ବିଜେପିର ଗଡ କୁହାଯାଉଥିବା ଛତିଶଗଡରେ ବିଜେପିର ସ୍ଥିତି ଟଳମଳ । ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି । ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବାର ଟ୍ରେଣ୍ଡ ପୁଣି ଥରେ କାଏମ ହେବାକୁ ଯାଉଛି । କଂଗ୍ରେସ ଏଠାରେ କ୍ଷମତାକୁ ଫେରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ରାଜସ୍ଥାନରେ ବିଜେପିକୁ ୭୬ ଆସନ ମିଳିଥିବା ବେଳେ କଂଗ୍ରେସ ୧୦୮ରେ ବିଜୟୀ ହୋଇଛି । ସେହିପରି ଛତିଶଗଡରେ ବିଜେପିକୁ ୨୪ଟି ଆସନ ମିଳିଥିବା କଂଗ୍ରେସକୁ ମିଳିଛି ୯ଟି ଆସନ । ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ବିଜେପିକୁ ୧୧୧ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ମଧ୍ୟ ମିଳିଛି ୧୧୦ଟି ଆସନ ।

ମିଜୋରାମରେ ୪୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାର ଭୋଟ୍ ଗଣତି ୧୩ଟି ଗଣନ କେନ୍ଦ୍ରର ୪୦ ଟି ହଲରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଆନୁସାରେ, କଂଗ୍ରେସ ୧୧, ଏମଏନଏଫ୍ ୧୬, ବିଜେପ ୦ ଓ ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

12 − ten =