କେନ୍ଦ୍ରାପଡା ସହରରେ କଫୁ୍ର୍ୟ

ଆଜି କେନ୍ଦ୍ରାପଡା ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଫୁ୍ର୍ୟ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୮ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ଗତକାଲି କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ନେତାଜୀ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ସମାରୋହକୁ କେନ୍ଦ୍ର କରି ଦୁଇ ଗୋÂି ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ପୋଲିସ ପକ୍ଷରୁ ୧୪୪ଜାରି କରାଯାଇଥିଲା । କିନ୍ତୁ ଆଜି ସକାଳେ ସ୍ଥାନୀୟ କାଳି ମନ୍ଦିର ନିକଟରେ ପୁଣି ଦୁଇ ଗୋÂି ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ଅଧିକ ଗଣ୍ଡଗୋଳ ଆଶଙ୍କାରେ ଜିଲ୍ଲା ପ୍ରଶାସନ ଆସନ୍ତାକାଲି ସକାଳ ୮ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି । ଗୋଟିଏ ଗୋÂି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଆଜି ଶାନ୍ତିପୂର୍ଣ୍ଣ ରହିଥିଲା । କିନ୍ତୁ ତା ସତ୍ୱେ ମଧ୍ୟ କେତେକ ସ୍ଥାନରେ କାଁ ଭାଁ ଗଣ୍ଡଗୋଳ ଯୋଗୁଁ କର୍ଫ୍ୟୁ ଜାରି କରାଯାଇଛି । ଏବଂ ସହରକୁ ପୋଲିସ ଛାଉଣି କରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − five =