ଆସନ୍ତାକାଲି ଭାରତ ବନ୍ଦ

ନୂଆଦିଲ୍ଲୀ : ଗତ ବର୍ଷ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକମାନେ ୧୦ ମାସ ଧରି ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆନ୍ଦୋଳନକୁ ଆହୁରି ମଜବୁତ କରିବା ପାଇଁ କୃଷକସଂଘ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତାକାଲି କୃଷକଙ୍କ ଦ୍ୱାରା ଏହି ଭାରତ ବନ୍ଦ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟା ପର୍ୟ୍ୟନ୍ତ ଚାଲିବ।

ଏହି ବନ୍ଦ ଡାକରାକୁ ବିପକ୍ଷ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହାସହିତ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଏସି) ମଧ୍ୟ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଏଥିରେ ଚାଷୀଙ୍କ ସହ ସେମାନଙ୍କ ଦାବି ଉପରେ ଆଲୋଚନା କରିବାକୁ ଏବଂ କେନ୍ଦ୍ରର ତିନିଟି ଆଇନକୁ ରଦ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି।

ଭାରତ ବନ୍ଦ ସମୟରେ ପ୍ରମୁଖ ସହର ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ସେହିପରି ରାଜ୍ୟର କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

nineteen + twenty =