ରାଜଧାନୀରେ ବାଘ ଆତଙ୍କ

ଭୁବନେଶ୍ବର () ରାଜଧାନୀରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଘଟି ଏୟାରପୋର୍ଟ ପାଚେରୀ ଡେଇଁ ଆସୁଥିବାର ସିସିଟିଭି ଦୃଶ୍ୟରୁ ଜଣାପଡୁଛି ।

ଏହି ଘଟଣା କାଲି ରାତିର ଅଟେ । ରାତି ପାଖାପାଖି ୧୧ଟା ବେଳେ ବାଘ ପାଚେରୀ ଡେଇଁଥିବା ସୂଚନା ମିଳିଛି । ତେବେ ବାଘକୁ ଦେଖିଥିବା ନେଇ ମଧ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବାଙ୍ଗନିଧି ସେନାପତି କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାଘ କେଉଁଠୁ ଆସିଲା, କେମିତି ସହର ମଧ୍ୟକୁ ପ୍ରବେଶ କଲା ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏପଟେ ସ୍ଥାନୀୟ ଲୋକମାନେ ଭୟରେ ରହିଛନ୍ତି ।

ଡିଏଫଓ ଘଟଣା ସ୍ଥଳରେ ପହଁଚି ସ୍ଥିତି କୁ ଅନୁଧ୍ୟାନ କରୁଛନ୍ତ। ତେବେ ଘଟଣା ପରେ ବନ ବିଭାଗର 10ଜଣିଆ  କର୍ମଚାରୀ ଆସି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଉକ୍ତ ଘରର। ସିସିଟିଭି ଦେଖିଛନ୍ତି। ଏହି ପାଖ ପାଖି   ଅଞ୍ଚଳ ରେ ବାଘକୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି। ବାଘ ପାଇଁ ଭୟ ଭିତ ରେ ରହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି। ଡିଏଫଓ ଅଶୋକ ଚନ୍ଦ୍ର ମିଶ୍ର କହିଛନ୍ତି ଯାହା ସିସିଟିଭି ଫୁଟେଜରୁ ଯାଞ୍ଚ କରାଗଲା କଳରପତରିଆ ବାଘ । ରାତି ସାରା ବନ ବିଭାଗ କର୍ମଚାରୀ ସଂଘବଦ୍ଧ ଭାବରେ ରହିବେ । ପ୍ରଥମେ ବାଘକୁ ଠାବ କରାଯିବା ସହ ଟ୍ରାଙ୍କୁଲେଜର କରାଯିବ। ଆସନ୍ତାକାଲି ସକାଳୁ ଟ୍ରାଙ୍କୁଲେଜର କରାଯିବ। ନନ୍ଦନକାନନର ଟ୍ରାଙ୍କୁଲେଜର ଟିମ୍ ଘଟଣା ସ୍ଥଳରେ ଆସି ପହଞ୍ଚିଛି ସ୍ଥିତି ଉପରେ ନଜର ରଖିଛନ୍ତି। ପଲାସପଳି ଅଞ୍ଚଳରେ ଲୋକ ମାନେ ଛାନିଆ ହେଲେଣି। ସନ୍ଧ୍ୟା ବେଳୁ ଘରର ଝରକା ଓ କବାଟ ବନ୍ଦ କରିଦେଇଛନ୍ତି। ଜଲଦି ବାଘକୁ ଧରିବାକୁ ବନ ବିଭାଗକୁ ଅନୁରୋଧ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

seventeen + 20 =