୩ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ ବୃଦ୍ଧି

ଭୁବନେଶ୍ବର ()   ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍ ବୃଦ୍ଧି କରାଯାଇଛି । ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସିଟ୍ ବଢ଼ାଯାଇଛି ।

ବୁର୍ଲାସ୍ଥିତ ଭିମସାରରେ ୫୦ଟି ସିଟ୍, କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ମୟୂରଭଞ୍ଜ ସ୍ଥିତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।

ଶିକ୍ଷାବର୍ଷ ୨୦୧୯-୨୦ରୁ ଏହା ଲାଗୁ ହେବ । ପୂର୍ବରୁ ବାରିପଦା ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଥିବାବେଳେ ଏହି ବୃଦ୍ଧି ଯୋଗୁଁ ଚଳିତ ବର୍ଷ ୧୨୫ ସିଟ୍ ରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ । କୋରାପୁଟ ମେଡିକାଲ କଲେଜରେ ୧୦୦ ସିଟ୍ ଥିଲା । ଏବେ ୧୨୫କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 9 =