ଆସୁଛି ‘ଫାନୀ’

ଆସନ୍ତା ୩୬ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବ ‘ଫାନୀ’ ବୋଲି ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତି କରିବ ବାତ୍ୟା । ତେବେ ଓଡିଶାରେ ବାତ୍ୟାର ପ୍ରଭାବ ପଡିବନି ବୋଲି କହିଲେ ପାଣିପାଗ ବିଭାଗ । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ସୂଚତା ମୁତାବକ, ଆସନ୍ତା ୩୦ରେ ଏହା ତାମିଲନାଡୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆସନ୍ତା ୩୦ ଓ ୧ ଦୁଇ ଦିନ ଧରି ପ୍ରବଳ ବର୍ଷା ସହ ଭୀଷଣ ପବନ ବହିପାରେ ।

Share

Leave a Reply

Your email address will not be published. Required fields are marked *

16 + eighteen =