ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରୁଛି ରାୟଗଡ଼ା ପ୍ରଶାସନ

ରାୟଗଡ଼ା: ଆସୁଛି ବାତ୍ୟା ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ଏହାପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ । ଆଉ ଯେଉଁ ସ୍ଥାନରେ ବିପଦ ରହିଛି ସେଠାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ରାୟଗଡା ଜିଲାକୁ ରେଡ଼ ଜୋନରେ ଘୋଷଣା କରିଥିବା ବେଳେ କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ ସରୋଜ କୁମାର ମିଶ୍ର ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଥିବା ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା, କୁମ୍ଭାରଗୁଡା, କତାଗୁଡା, କୁରାଡି,ବଡ କନ୍ଧ କାତିପାଡୁ ,ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା, ବିନିଶପୁର, ବଡଦ୍ୱାର ସାହିରେ ଲୋକଙ୍କୁ ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ମିନାକ୍ଷୀ ପାଣିଗ୍ରାହୀ ଗାଁ ବୁଲି ବୁଲି ସଚେତନତା କରିଥିଲେ। ବର୍ଷା ଓ ପବନ ହେବା ମାତ୍ରେ ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ । ମାଝୀଗୁଡା ପଞ୍ଚାୟତରେ କିଛି ଗାଁକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।ବ୍ଲକର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣୀ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମକୁ ମଧ୍ୟ ପ୍ରଶାସନ ପହଞ୍ଚି ବର୍ଷା ଓ ପବନ ହେବା ମାତ୍ରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦରେ ଆଶ୍ରୟ ନେବାପାଇଁ ପରାମର୍ଶ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

three × two =