ଗିରଫ ହେବେ ଗୌତମ ଗମ୍ଭୀର

କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ଗିରଫ ପରୱାନା ଜାରି। ଦିଲ୍ଲୀର ସାକେତ କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି। ଏକ ରିଏଲ ଇଷ୍ଟେଟ ସଂସ୍ଥାର ଠକେଇ ଅଭିଯୋଗ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୌତମ ଗମ୍ଭୀର ସଂପୃକ୍ତ ସଂସ୍ଥାର ବ୍ରାଣ୍ଡ ଆମ୍ବାସାଡ଼ର ଥିଲେ। ଗାଜିୟାବାଦର ଇନ୍ଦିରାପୁରମ ଅଞ୍ଚଳରେ ୨୦୧୧ରେ ଘରେ ଯୋଗାଇବାକୁ କହି ଇଷ୍ଟେଟ ସଂସ୍ଥା ଲୋକଙ୍କ ଠାରୁ ପ୍ରାୟ ୨କୋଟି ଟଙ୍କା ନେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୋକମାନେ ଘର ପାଇନଥିବାରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

14 − 8 =