ବିଜେପିକୁ ଅଶୋକଙ୍କ ଝଟକା

ବରଗଡ() ବିଜେପୁର ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଯୋର ଧରିଥିବା ବେଳେ ବିଜେପୁରର ସ୍ଥାନୀୟ ବରିÂ ନେତା ଅଶୋକ ପାଣିଗ୍ରାହୀ ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି । ଏହି ସମୟରେ ଅଶୋକଙ୍କ ଇସ୍ତଫା ବିଜେପିକୁ ଏକ ବଡ ଝଟକା ଦେଇଛି । ଅଶୋକ ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିଲେ ଏବଂ ପରାଜିତ ମଧ୍ୟ ହୋଇଥିଲେ । କିନ୍ତୁ ଏହା ପର ଠାରୁ ଦଳ ତାଙ୍କୁ ଅଣଦେଖା କରୁଥିଲା ବୋଲି ସେ ଅଭିଯୋଗ କରିଆସୁଥିଲେ । ଏପରିକି ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଇ ନଥିଲା ବୋଲି ସେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ସେହି ଅସନ୍ତୋଷରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଆଜି ଘୋଷଣା କରିଛନ୍ତି ।

ପୁର୍ବରୁ ଅଶୋକ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇ ଠିକ ଏହି ଢଙ୍ଗରେ ବିଜେଡି ବିରୁଦ୍ଧରେ ଅଭିଯୋଗ ଆଣି ଦଳ ଛାଡି ବିଜେପିକୁ ଯାଇଥିଲେ । ଏବେ ସେ ପୁଣି କୁଆଡେ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା

Share

Leave a Reply

Your email address will not be published. Required fields are marked *

5 − three =