ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଖାରଜ

ପୁରୀ ଶ୍ରୀମନ୍ଦିର ଜବରଦଖଲ ଉଚ୍ଛେଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦୁଇଟି ଭିନ୍ନ ଭିନ୍ନ ମାମଲାକୁ ଖାରଜ କରିଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ବୟାନକୁ ସଂଜ୍ଞାନକୁ ନେଇ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ଫଳରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି ।

ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିକସ୍ କ୍ୟୁରୀ ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେତା ପୁରୀ ପରିଦର୍ଶନରେ ଯାଇ ସେଠାରେ ଆହୁରି କଣ ଉନ୍ନତି କରାଯାଇପାରିବ ତାହା ସମୀକ୍ଷା କରି କୋର୍ଟଙ୍କୁ ଅବଗତ କରିବେ। ସେପ୍ଟେମ୍ବର ୯ ଏବଂ ୧୦ରେ ୨ଜଣିଆ ଦଳ ପୁରୀ ଯିବେ ଏବଂ କୋର୍ଟଙ୍କୁ ରିପୋର୍ଟ ଦେବେ। ମାମଲାର ୧୭ ତାରିଖରେ ଶୁଣାଣି କରାଯିବ।

ସୂଚନାଅନୁସାରେ, ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ କୋଠା, ମଠ, ଦୋକାନକୁ ଭାଙ୍ଗିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାକୁ ବିରୋଧ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ୍ର ଦେବାଶିଷ ମିଶ୍ର ଏବଂ ଚେନ୍ନାଇର ଏକ ଏନ୍ଜିଓ ଜଣେ ବ୍ୟକ୍ତି ଅରବିନ୍ଦ ଲୋଚନ୍ନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବାକୁ ସେମାନେ ପୃଥକ ପୃଥକଭାବେ ଆବେଦନ କରି ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − four =