ଆଜିଠୁ ଗଡିବ ମୋ ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଗଡିବା ଆରମ୍ଭ ହୋଇଛି ବସ୍, ଟ୍ୟାକ୍ସି । ସେହିଅନୁଯାୟୀ ଦୀର୍ଘ ଦିନ ପରେ ଆଜିଠୁ ଗଡିଛି ମୋ ବସ । ଭୁବନେଶ୍ୱର ଓ କଟକର ବିଭିନ୍ନ ରୁଟ ରେ ମୋ ବସ ଗଡିବା ଆରମ୍ଭ କରିଛି । ଏହି ବସ୍ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଗଡିବ ।
ପ୍ରଥମ ପର୍ଯ୍ୟାୟରେ ୧୬ ଟି ରୁଟରେ ମୋଟ ୮୭ ଟି ବସ ଗଡିବା ଆରମ୍ଭ କରିଥିବା ବେଳେ ଏହା ସୋମବାରଠୁ ଶୁକ୍ରବାର ଯାଏଁ ଯାତ୍ରୀଙ୍କୁ ସେବା ଯୋଗାଇବ ବୋଲି କ୍ରୁଟ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାସହିତ ବସରେ କେବଳ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ କେହି ବସ ଭିତରେ ଛିଡା ହେବେ ନାହିଁ ଏବଂ ବସ ଭିତରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Share

Leave a Reply

Your email address will not be published. Required fields are marked *

two × five =