ଏହି ଅଭିନେତ୍ରୀଙ୍କ ସହ କାମ କରିବେନି ସଲମାନ,କାହିଁକି ଜାଣନ୍ତୁ …

ମୁମ୍ବାଇ()   ଦବଙ୍ଗ୍ ଖାନ୍ ସଲ୍ମାନ୍ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତା ବର୍ଷ ଇଦ୍କୁ ରିଲିଜ କରାଯିବାର ଯୋଜନା ଚାଲିଛି। ଇଦ୍କୁ ଦୃଷ୍ଟିରେ ରଖି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହି ଫିଲ୍ମକୁ ନେଇ ଦୁଇଟି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ହେଉଛି ଏହି ଫିଲ୍ମର ନାଁ ‘ରାଧେ’ ରଖାଯିବ ନାହିଁ। ଏହାର ନାଁ ଅନ୍ୟକିଛି ରଖାଯିବ। ଏହି ବିଷୟରେ କ୍ରୁ ସଦସ୍ୟଙ୍କ ସହ ନିଜେ ସଲ୍ମାନ୍ ସ୍ପଷ୍ଟ କରିଛନ୍ତି।

ଫିଲ୍ମକୁ ନେଇ ଦ୍ବିତୀୟ କଥାଟି ହେଉଛି, ପ୍ରଥମେ ଏହି ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ଘୋଷଣା କରାଯାଇଥିଲା। ପ୍ରିୟଙ୍କାଙ୍କ ସହ ସଲମାନଙ୍କ ଯୋଡି ମୁଝସେ ସାଦି କରୋଗେରୁ ହିଟ୍ ହୋଇଥିଲା।

ହେଲେ ସଲ୍ମାନ୍ ପ୍ରିୟଙ୍କାଙ୍କ ସହ କାମ କରିବେ ନାହିଁ ବୋଲି କହିଛନ୍ତି। ପରେ ଏହି ସିନେମାରେ କ୍ୟାଟ୍ରିନାଙ୍କୁ କାଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରିୟଙ୍କା ସହ କାମ କରିବାକୁ ସଲ୍ମାନ୍ ମନା କରିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Share

Leave a Reply

Your email address will not be published. Required fields are marked *

twelve + 5 =