ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ

ନୂଆଦିଲ୍ଲୀ()  ମାହାରାଷ୍ଟ୍ରରେ ମହାଭାରତ ଚାଲିଥିବା ବେଳେ ଆଜି ପୁଣି ଆସିଛି ନୂଆ ଟୁଇଷ୍ଟ ।ପାୱାର ପାଇଁ ରାତିଅଧିଆ ପଦ୍ମ ପଛରେ ଛିଡା ହୋଇଥିବା ଛୋଟ ପାୱାର ଅର୍ଥାତ ଏନସିପି ନେତା ତଥା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ ମିଳିଛି ଆଶ୍ୱସ୍ତି । ଜଳସେଚନ ଦୁର୍ନୀତିରେ ତାଙ୍କ ବିରୋଧରେ ଥିବା ୯ଟି ବଡ ବଡ ମାମଲାକୁ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ର ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ତାଙ୍କୁ କ୍ଲିନଚିଟ୍ ଦିଆ ଯାଇଥିବା କୁହାଯାଇଛି । ତେବେ ବର୍ତ୍ତମାନ ଉକ୍ତ ଦୁର୍ନୀତିରେ ୩ ହଜାର ପ୍ରୋଜେକ୍ଟ ତଦନ୍ତ ପରିସରଭୁକ୍ତ ଥିବା ବେଳେ ୯ଟି ମାମଲାରେ ଅଜିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତେଣୁ ଏସବୁ ମାମଲା ବନ୍ଦ କରିବା ସହ ତାଙ୍କୁ କ୍ଲିନଚିଟ୍ ଦିଆଯାଇଛି ।ଅଜିତ ବିଜେପିକୁ ସମର୍ଥନ ଦେବାର ୨ ଦିନ ପରେ ତାଙ୍କ ଦେହରେ ଲାଗିଥିବା ସାତ ବର୍ଷ ଦୁର୍ନୀତିର ଦାଗକୁ ସଫା କରିଛି ମୋଦି ସରକାର ।

Share

Leave a Reply

Your email address will not be published. Required fields are marked *

8 − two =