ବୋଲ୍ଡ୍ ଅନ୍ଦାଜ୍ ଫ୍ୟାନ୍ଙ୍କ ନିନ୍ଦା

ବିଦାୟୀରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ସାରା ନିଜର ନୂଆ ମ୍ୟୁଜିକ୍ ଆଲ୍ବମ୍ ରିଲିଜ୍ କରିଛନ୍ତି। ଏହି ଗୀତର ନାଁ ‘ବ୍ଲାକ୍ ହାର୍ଟ୍’। ସ୍ଲେଶ୍ ପ୍ରଡକ୍ସନ ସହ ମିଶି ସାରା ନିଜେ ଏହାକୁ ପ୍ରଡ୍ୟୁସ୍ କରିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ଜରିଆରେ ଏହି ଭିଡିଓକୁ ସେ ଶେୟାର କରିଛନ୍ତି। କିନ୍ତୁ ସାରାଙ୍କର ଏହି ବୋଲ୍ଡ୍ ଅନ୍ଦାଜ୍ ଫ୍ୟାନ୍ଙ୍କୁ ପସନ୍ଦ ଆସିନି। ଆଉ ସେ ମୁସ୍ଲିମ୍ ହୋଇ ଏଭଳି କରିବା ଶୋଭା ପାଉନି ବୋଲି ଅନେକ କଟାକ୍ଷ କରି କହିଛନ୍ତି। ଏହା ସହ ଏମିତି ଅନେକ ତାଙ୍କର ଏହି ଭିଡିଓ ଉପରେ କମେଣ୍ଟ୍ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି- ‘ସାରା ତୁମେ ନିଜ ଧର୍ମ କାହିଁ ବଦଳେଇ ଦଉନ, ତୁମ ଭଳି ଅଭିନେତ୍ରୀ ଟଙ୍କା ରୋଜଗାର କରିବାକୁ କିଛି ବି କରି ପାରନ୍ତି।
ଅନ୍ୟ ଜଣେ ୟୁଜର ତାଙ୍କୁ କଣ୍ଟ୍ରୋଭର୍ସି କୁଇନ୍ ରୀକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି। କହିଛନ୍ତି ‘ତୁମଠୁ ଭଲ ରାକ୍ଷୀ ସାୱନ୍ତ । କାହିଁକିନା, ସେ କେବେ ପରଦା ଉପରେ କପଡ଼ା ଖୋଲନ୍ତି ନାହିଁ।’

Share

Leave a Reply

Your email address will not be published. Required fields are marked *

three × three =