ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାରେ ଥାନାରେ ଏତଲା

ମୟୂରଭଞ୍ଜ() ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶ୍ରୀମତୀ ଷଡ଼ଙ୍ଗୀ ଏଠାରେ ରାମ ମନ୍ଦିର ଶିଳାନ୍ୟାସର  ଏକ କାର୍ଯ୍ୟକ୍ରମରେ  ଯୋଗଦେବାକୁ ଆସିଥିବା ଅବସରରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାରିପଦା ଟାଉନ ଥାନାରେ  ତାଙ୍କ ବିରୋଧରେ ଅଭିିିଯୋଗ କରାଯାଇଛି ।ଖବରରୁ ପ୍ରକାଶ ଯେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୂମିହୀନ ମହିଳାମାନେ ଧାରଣା ରେ ବସିଥିଲେ। ମହିଳା ମାନେ ରାସ୍ତାରେ ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ଝୋଟି ପକାଇଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସେହି ମହିଳା ମାନଙ୍କୁ ଭେଟିଵାକୁ ଯାଇ ଜଗନ୍ନାଥଙ୍କ ଝୋଟି ମାଡ଼ିଯିବା ଯୋଗୁଁ ହି ସଂଗଠନ ପକ୍ଷରୁ ଥାନା ରେ ଏତଲା ଦିିିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty + 9 =