ବିଜ୍ଞାପନ ପାଇଁ ଗୋବିନ୍ଦା ଓ ଜ୍ୟାକିଙ୍କୁ ଜରିମାନା

ମୁମ୍ବାଇ() ଅଡୁଆରେ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ । ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ ଗୋବିନ୍ଦା ଓ ଜ୍ୟାକି । ହେଲେ ଏବେ ଏହା ତାଙ୍କୁ ଅଡୁଆରେ ପକାଇ ଦେଇଛି। ଜଣେ ଉପଭୋକ୍ତା ଉକ୍ତ ତେଲ ବ୍ୟବହାର କରି ଦରଜ ଭଲ ହେଉନାହିଁ ବୋଲି ଅଭିଯୋଗ କରିବା ପରେ ମୁଜଫରନଗରର ଏକ କଞ୍ଜୁମର କୋର୍ଟ ତେଲ କମ୍ପାନୀ, ଗୋବିନ୍ଦା ଓ ଜ୍ୟାକିଙ୍କ ଉପରେ ୨୦ ହଜାର ଟଙ୍କାର ଜରିମାନା ଲଗାଇଥିବା ଜଣାପଡିଛି।

ଉପଭୋକ୍ତା ଜଣକ ଉକ୍ତ ତେଲ କମ୍ପାନୀ ନାଁରେ ଅଭିଯୋଗ ଆଣିଥିଲେ। ହେଲେ କୋର୍ଟ ଏବେ ଉଭୟ କମ୍ପାନୀ ଓ ଏହାର ବିଜ୍ଞାପନରେ କାମ କରିଥିବା ବଲିଉଡ୍ ଅଭିନେତାଙ୍କ ଉପରେ ଜରିମାନା ଲଗାଇଛନ୍ତି। ଏହା ୫ ବର୍ଷ ତଳର ମାମଲା ହୋଇଥିବା ବେଳେ ଏବେ କୋର୍ଟ ଏହାର ରାୟ ଦେଇଛନ୍ତି। ଉକ୍ତ ହର୍ବାଲ ଅଏଲ କମ୍ପାନୀ ସହ ଅଭିନେତାମାନେ ମଧ୍ୟ ଏଥିରେ ଫସି ଯାଇଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ଉପଭୋକ୍ତା ଜଣକ ଖବରକାଗଜରେ କମ୍ପାନୀର ବିଜ୍ଞାପନ ଦେଖି ତାଙ୍କ ପିତାଙ୍କ ପାଇଁ ୩୬୦୦ ଟଙ୍କା ଦେଇ ତେଲ କିଣିଥିଲେ। ଏହାସହ କମ୍ପାନୀ କହିଥିଲା କି ଦରଜ ନ କମିଲେ ଟଙ୍କା ଫେରସ୍ତ କରାଯିବ। ହେଲେ ଦରଜ ନ କମିବାରୁ ଉପଭୋକ୍ତା ଜଣକ ଅଭିଯୋଗ କରି ଟଙ୍କା ଫେରସ୍ତ ମାଗିବାରୁ କମ୍ପାନୀ ପ୍ରତିନିଧି ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

seventeen − 4 =