କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

 ଅବସର ଗ୍ରହଣ କରିବାର ୬ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅବଦୁଲ୍ ନାଜିରଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇଛି। ଏଭଳି ନିଯୁକ୍ତି ବିରୋଧରେ ଦିବଂଗତ ବିଜେପି ନେତା ତଥା ପୂର୍ବତନ ଆଇନମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ ମନ୍ତବ୍ୟର ଉଦାହରଣ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ଏପରି ନିଯୁକ୍ତି ନ୍ୟାୟପାଳିକାର ସ୍ବାଧୀନତା ପାଇଁ ଏକ ବଡ଼ ବିପଦ ବୋଲି କହିଛି କଂଗ୍ରେସ ।

ଅଯୋଧ୍ୟା ରାମ ଜନ୍ମଭୂମି ମାମଲା, ବିମୁଦ୍ରୀକରଣ ଏବଂ ଟ୍ରିପଲ ତଲାକ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ଜଷ୍ଟିସ ନାଜିର୍ ୬ ନବନିଯୁକ୍ତ ରାଜ୍ୟପାଳଙ୍କ ମଧ୍ୟରେ ଅନ୍ୟତମ ।

Share

Leave a Reply

Your email address will not be published. Required fields are marked *

3 − 2 =