ୱିର ସ୍ୱତନ୍ତ୍ର ଭାଲେଟାଂଇନ୍‌ସ ଡେ’ ଉପସ୍ଥାପନା

ବିନା କୌଣସି ଅତିିରିକ୍ତ ଖର୍ଚ୍ଚରେ ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା
“ୱି ଲଭ୍ ଟ୍ୟୁନ୍ ପ୍ରତିଯୋଗିତା’ ଖେଳନ୍ତୁ ଏବଂ ୫,୦୦୦ ଟଙ୍କାର ଗିଫ୍‌ଟ ଭାଉଚର ଜିତନ୍ତୁ
ଭୁବନେଶ୍ୱର : ଏହା ହେଉଛି ଭଲ ପାଇବାକୁ ପାଳନ କରିବା ଲାଗି ଲୋକମାନେ ନିଜକୁ ପ୍ରସ୍ତୁତ କରୁଥିବାର ସମୟ । ଏହି ଋତୁ ଅଧିକ ଆକର୍ଷଣୀୟ ଓ କୌତୁକପୂର୍ଣ୍ଣ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱି ପକ୍ଷରୁ ଭାଲେଟାଂଇନ୍‌ସ ଦିବସ ପାଳନ କରିବା ଲାଗି ଦୁଇଟି ସ୍ୱତନ୍ତ୍ର ଉପସ୍ଥାପନାର ଶୁଭାରମ୍ଭ କରାଯାଇଛି ।
ଏହି ସ୍ୱତନ୍ତ୍ର ଅବସରରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାମ୍‌ର ରିଚାର୍ଜ କରୁଥିବା ୱି ବ୍ୟବହାରକାରୀମାନେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୨୮ ଦିନିଆ ବୈଧତା ଥିବା ୫ ଜିବି ଅତିରିକ୍ତ ଡାଟା ପାଇପାରିବେ । ୧୯୯ ଟଙ୍କିଆରୁ ୨୯୯ ଟଙ୍କିଆ ପର୍ଯ୍ୟନ୍ତ ନିର୍ଦିଷ୍ଟ କେତେକ ରିଚାର୍ଜ ଉପରେ ୱି ବ୍ୟବହାରକାରୀମାନେ ୨୮ ଦିନିଆ ବୈଧତା ଥିବା ୨ ଜିବି ଅତିରିକ୍ତ ଡାଟା ପାଇପାରିବେ । ୨୦୨୩ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ୱି ଆପ୍ ଜରିଆରେ ରିଚାର୍ଜ କରୁଥିବା ୱି ଗ୍ରାହକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଅଫର ଉପଲବ୍ଧ ହେବ ।
ସଙ୍ଗୀତକୁ ପ୍ରେମର ଶ୍ରେଷ୍ଠ ଭାଷା ଭାବେ ବିଚାର କରାଯାଏ । ପ୍ରେମର ଭାବକୁ ଜାଗ୍ରତ କରିବା ଲାଗି ୱି ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହାର ଗ୍ରାହକମାନଙ୍କ ଲାଗି “ୱି ଲଭ୍ ଟ୍ୟୁନ୍‌ସ’ ପ୍ରତିଯୋଗିତା ଘୋଷଣା କରାଯାଇଛି । ୱି ଆପ୍‌ରେ ଥିବା ହଙ୍ଗାମା ମ୍ୟୁଜିକ୍‌ର ଭାଲେଟାଂଇନ୍‌ସ ପ୍ଲେଲିଷ୍ଟ୍‌ରୁ ସଠିକ୍ ଗୀତକୁ ଚୟନ କରିବା ଲାଗି ବ୍ୟବହାରକାରୀମାନଙ୍କୁ କୁହାଯିବ । “ୱି ଲଭ୍ ଟ୍ୟୁନ୍‌ସ’ ହାସ୍‌ଟ୍ୟାଗ୍‌ରେ ଅଂଶଗ୍ରହଣକାରୀଙ୍କୁ ସଠିକ୍ ଉତର କମେଂଟ୍‌ରେ ଲେଖିବାକୁ ପଡ଼ିବ । ଦୈନିକ ପ୍ରତି ପ୍ରଶ୍ନର ଭାଗ୍ୟଶାଳୀ ବିଜେତା ୫୦୦୦ ଟଙ୍କାର ଗିଫ୍‌ଟ ଭାଉଚର ପାଇପାରିବେ । ୨୦୨୩ ଫେବ୍ରୁଆରି ୧୦ ତାରିଖଠାରୁ ଶୁଭାରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୱିର ଫେସବୁକ୍‌, ଇନଷ୍ଟାଗ୍ରାମ, ଟ୍ୱିଟର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଜାରି ରହିବ । ୨୦୨୩ ଫେବ୍ରୁଆରି ୧୩ ତାରିଖରେ ପ୍ରତିଯୋଗିତା ଶେଷ ହେବ ।
ୱିରେ ଥିବା ହଙ୍ଗାମା ମ୍ୟୁଜିକ୍ ଆପ୍‌ରେ ୱି ବ୍ୟବହାରକାରୀମାନେ ଭାଲେଂଟାଇନ ସ୍ୱତନ୍ତ୍ର ପ୍ଲେଲିଷ୍ଟକ୍‌ୁ ଉପଭୋଗ କରିପାରିବେ । ପ୍ରତି ୱି ବ୍ୟବହାରକାରୀ ଏଚ୍‌ଡି ମାନର ବିଜ୍ଞାପନ ମୁକ୍ତ ସଙ୍ଗୀତ ଶୁଣିପାରିବେ ଏବଂ ବିନା ମୂଲ୍ୟରେ ୬ ମାସ ପାଇଁ ଅସୀମିତ ଡାଉନ୍‌ଲୋଡ୍ ସୁବିଧା ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

nine + eleven =