ଏୟାରଟେଲର ବଡ଼ ଘୋଷଣା, ଜାଣନ୍ତୁ …

ନୂଆଦିଲ୍ଲୀ () ଏୟାରଟେଲ ୨୦୦ ଟଙ୍କା ମୂଲ୍ୟରେ ୩ ଟି ନୂଆ ପ୍ରିପେଡ୍ ଯୋଜନା ଲଞ୍ଚ କରିଛି । ଗ୍ରାହକମାନେ ଏହି ପ୍ଲାନରେ ୨୮ ଦିନରୁ କମ୍ ବୈଧତା ପାଇବେ ।  ଏୟାରଟେଲର ୱେବସାଇଟରେ ଏନେଇ ସୂଚନା ଦିଆଯାଇଛି ।  ଏହି ପ୍ଲାନ୍ ଗୁଡିକର ମୂଲ୍ୟ ୯୯ ରୁ ଆରମ୍ଭ ହୋଇ ୧୯୯ ଟଙ୍କା ପର୍ୟ୍ୟନ୍ତ ରହିଛି । ଏହି ପ୍ଲାନ୍ସରେ ଅନଲିମିଟେଡ୍ କଲିଂ ସୁବିଧା ସହିତ ହେଲୋ ଟ୍ୟୁନ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ସବସ୍କ୍ରିପସନ୍ ବେନିଫିଟ୍ ମଧ୍ୟ ଫ୍ରି ମିଳିବ ।

୯୯ ଟଙ୍କିଆ ପ୍ଲାନ୍

୯୯ ଟଙ୍କା ପ୍ରିପେଡ୍ ପ୍ଲାନର ବୈଧତା ୧୮ ଦିନ ଅଟେ । ଏଥିରେ, ଆପଣ ୧ ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ ୧୦୦ ଝଗଝ ପାଇବେ । ଏହି ପ୍ଲାନ୍ ବିହାର, ଝାଡଖଣ୍ଡ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡ, ଓଡିଶା, ରାଜସ୍ଥାନ, ପୂର୍ବ ୟୁପି ଏବଂ ପଶ୍ଚିମବଙ୍ଗ ସର୍କଲରେ ଉପଲବ୍ଧ ।

୧୨୯ ଟଙ୍କିଆ ପ୍ଲାନ୍

୧୨୯ ଟଙ୍କିଆ ପ୍ଲାନରେ ୨୪ ଦିନର ଭ୍ୟାଲିଡିଟ୍ ମିଳିଥାଏ ।  ଏଥିରେ ୟୁଜର୍ସ ୧ ଜିବି ଡାଟା, ଅସୀମିତ କଲିଂ ଏବଂ ୩୦୦ ଝଗଝ ପାଇବେ । ଏହି ପ୍ଲାନ୍ ଆସାମ, ବିହାର ଏବଂ ଝାଡଖଣ୍ଡ, ହରିୟାଣା, କେରଳ, କୋଲକାତା, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଗୋଆ, ଓଡିଶା, ରାଜସ୍ଥାନ, ପୂର୍ବ ୟୁପି, ପଶ୍ଚିମ ୟୁପି, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସର୍କଲରେ ଉପଲବ୍ଧ ।

୧୯୯ ଟଙ୍କିଆ ପ୍ଲାନ୍

୧୯୯ ଟଙ୍କିଆ ପ୍ଲାନର ବୈଧତା ୨୪ ଦିନ । ଏଥିରେ ଡେଲି ୧ ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ ୧୦୦ ଝଗଝ ପାଇବେ ଗ୍ରାହକ । ଏହି ପ୍ଲାନ୍ ଆସାମ, ବିହାର ଏବଂ ଝାଡଖଣ୍ଡ, ହରିୟାଣା, କେରଳ, କୋଲକାତା, ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର ଏବଂ ଗୋଆ, ଓଡିଶା, ରାଜସ୍ଥାନ, ପୂର୍ବ ୟୁପି, ପଶ୍ଚିମ ୟୁପି, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସର୍କଲରେ ଉପଲବ୍ଧ ।

୧୭୯ ଟଙ୍କିଆ ପ୍ଲାନ୍ ପୂର୍ବରୁ ଉପଲବ୍ଧ

ଏହି ପ୍ଲାନରେ ବୀମା ଭାରତୀ ଏକ୍ସା ଲାଇଫ ଇନସୁରାନ୍ସ କମ୍ପାନୀ ତରଫରୁ ୨ ଲକ୍ଷ ଟଙ୍କାର ଲାଇଫ୍ ଇନସ୍ୟୁରାନ୍ସ ମିଳୁଛି । ଏଥିରେ ଅନଲିମିଟେଡ୍ କଲିଂ, ୨ ଜିବି ଡାଟା ଏବଂ ୩୦୦ ଝଗଝ ପାଇବେ ଗ୍ରାହକ ।

Share

Leave a Reply

Your email address will not be published. Required fields are marked *

five × four =