ଓଜନ କମ୍ କରିବାକୁ ଚାହୁଁଛନ୍ତି । ଖାଲି ପେଟରେ ପିଅନ୍ତୁ…

ପାଣି ପିଇବା ଶରୀର ଏବଂ ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ । ଶରୀରରେ ପାଣି କମ୍ ହୋଇଗଲେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ତେଣୁ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏବେ ଆସନ୍ତୁ ଜାଣିବା ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ କି ଲାଭ ମିଳିଥାଏ ।
– ସକାଳେ ଖାଲି ପେଟରେ ଦୁଇ ଗ୍ଲାସ୍ ପାଣି ପିଇଲେ ଶରୀରରେ ଥିବା ଅପରିସ୍କାର ତଥା ବିଷାକ୍ତ ପ୍ରଦାର୍ଥ ବାହାରି ଯାଇଥାଏ ।
– ଖାଲି ପେଟରେ ପାଣି ପିଇଲେ ପେଟରେ ଥିବା ମଳ ସହଜରେ ବାହାରି ଯାଇଥାଏ । ପେଟ ଭଲ ଭାବରେ ସଫା ହେବା ଯୋଗୁଁ ଭୋକ ମଧ୍ୟ ଭଲ ଭାବରେ ଲାଗିଥାଏ ।
– ଖାଲି ପେଟରେ ପାଣି ପିଇବା ଯୋଗୁଁ ମସ୍ତିସ୍କକୁ ଅକ୍ସିଜେନ୍ ସହଜରେ ମିଳିଥାଏ । ଯାହା ଫଳରେ ଚିନ୍ତା ଦୂର ହୋଇ ମସ୍ତିସ୍କ ସକ୍ରିୟ ରହିଥାଏ ।
– ସକାଳେ ଖାଲି ପେଟରେ ପାଣି ପିଇବା ଯୋଗୁଁ ଶରୀରରେ ଜମା ଅତିରିକ୍ତ ଚର୍ବି କମ୍ ହୋଇଯାଏ । ଯାହା ଫଳରେ ଓଜନ କମିଥାଏ ।
– କିଡନୀରେ ଥିବା ଅପରିସ୍କାର ପଦାର୍ଥ ବାହାରି ଯାଇଥାଏ । ଯାହା ଫଳରେ କିଡନୀ ସୁସ୍ଥ ରହିବା ସହ ଷ୍ଟୋନର ଭୟ ନଥାଏ ।
– ପ୍ରତିଦିନ ଖାଲି ପେଟରେ ପାଣି ପିଇବା ଯୋଗୁଁ କୋଷ ଗୁଡକିୁ ଅକ୍ସିଜେନ୍ ମିଳିଥାଏ । ଯାହା ଫଳରେ ତ୍ବଚା ଭିତରୁ ସଫା ହେବା ସହ ତ୍ବଚାରେ ପ୍ରାକୃତିକ ଚମକ ଆସିଥାଏ ।
– ଯେଉଁ ଲୋକଙ୍କ ମୁଣ୍ଡ ସର୍ବଦା ବିନ୍ଧୁଥାଏ ସେମାନେ ପ୍ରତିଦିନ ଖାଲିପେଟରେ ଦୁଇ ଗ୍ଲାସ୍ ପାଣି ପିଇବା ଉଚିତ୍ ।
– ରୋଗ ସହ ଲଢିବା ପାଇଁ ରୋଗପ୍ରତିରୋଧକ କ୍ଷମତା ମଜଭୂତ ହେବା ନିହାତି ଜରୁରୀ । ଖାଲି ପେଟରେ ପାଣି ପିଇବା ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
– ହାନିକାରକ ତତ୍ବକୁ ରକ୍ତ ସହ ମିଶିବାକୁ ଦେଇନଥାଏ ପାଣି । ପର୍ୟ୍ୟାପ୍ତ ପରିମାଣର ପାଣି ପିଇବା ଯୋଗୁଁ ନୂଆ କୋଷ ତିଆରି ହେବାର ପ୍ରକ୍ରିୟା ବଢିଯାଇଥାଏ ।
– ପ୍ରତିଦିନ ଖାଲି ପେଟରେ ପାଣି ପିଇବା ଦ୍ବାରା ମେଟାବୋଲିଜିମ୍ ସକ୍ରିୟ ହୋଇଯାଇଥାଏ ।

Share

Leave a Reply

Your email address will not be published. Required fields are marked *

6 + 7 =