ହାତରେ ସୂତ୍ର ବନ୍ଧନର ରହିଛି ଅନେକ ଫାଇଦା

ହିନ୍ଦୁ ଧର୍ମରେ ପ୍ରାୟତଃ ସମସ୍ତ ବ୍ୟକ୍ତିଙ୍କ ହାତରେ ସୂତ୍ର ବନ୍ଧା ଥିବାର ଦେଖିବାକୁ ମିଳିଥାଏ। ସମସ୍ତ ଧାର୍ମିକ ସ୍ଥାନରେ ଭକ୍ତ ଏବଂ ଶ୍ରର୍ଦ୍ଧାଳୁଙ୍କ ହାତରେ ଏହି ସୂତ୍ର ବନ୍ଧା ଯାଇଥାଏ। ତେବେ ଏହାକୁ ପିନ୍ଧିବାରେ କେବଳ ଆସ୍ଥା ରହିନାହିଁ ବରଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏହା ଆମର ଅନେକ ରୋଗ ମଧ୍ୟ ଦୂର କରିପାରେ।
ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ବଭିନ୍ନ ଭିନ୍ନ ରହିଛି। ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କର ପ୍ରଭାବ ପଡ଼ିଥାଏ। ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ।
ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବନ୍ଧିଥାନ୍ତି। ଏହାକୁ ବନ୍ଧୁଥିବା ବେଳେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ।
ଏହା ଶରୀରରେ ତିନୋଟି ଜିନିଷ ବାତ, ପିତ ଏବଂ କଫକୁ ନିୟନ୍ତ୍ରିତ ରଖିଥାଏ। ଯାହା ଫଳରେ ଶରୀରରେ ରକ୍ତଚାପର ସମସ୍ୟା ମଧ୍ୟ ଉପୁଜିନଥାଏ।

Share

Leave a Reply

Your email address will not be published. Required fields are marked *

1 + eight =