‘ସପ୍ତବର୍ଣ୍ଣା’ ନୃତ୍ୟ କଲା ମନ୍ତ୍ରମୁଗ୍ଧ

ଭୁବନେଶ୍ବର ():  ଭୁବନେଶ୍ବର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟରେ ପ୍ରତିଦିନ ପରିଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ପରିଦର୍ଶକ ନୂଆ ନୂଆ ଅଭିଜ୍ଞତା ଉପଲବ୍ଧି କରୁଛନ୍ତି । ଏହାର ୫ମ ଦିନର ସନ୍ଧ୍ୟାରେ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କର ସମ୍ମୋହନକାରୀ ନୁତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ନିଜ ନାମ ତୁଳନାରେ କିଛି ଅଧିକ ପ୍ରଦର୍ଶନ କରିଥିବା  ପ୍ରଶିକ୍ଷିକା ଅରୁଣା ୮୦ଜଣ ନୃତ୍ୟଶିଳ୍ପୀଙ୍କ ସହିତ ଲାଳିତ୍ୟଭରା ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ବିମୋହିତ ଦର୍ଶକ ଚମତକୃତ ପ୍ରଦର୍ଶନ ଉପଭୋଗ କରିବା ସହିତ ଯୁବ ପ୍ରତିଭାଶାଳୀ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ ନୃତ୍ୟରେ ଆନନ୍ଦରେ ଝୁମି ଉଠିଥିଲେ ।

ଅରୁଣା ମହାନ୍ତିଙ୍କ ‘ସପ୍ତବର୍ଣ୍ଣା’ ଶୀର୍ଷକ ଚମତ୍କାରୀ ନୃତ୍ୟ ଏବଂ ସଙ୍ଗୀତ ପ୍ରଦର୍ଶନ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସାତଟି ଭିନ୍ନ ଭିନ୍ନ ରଙ୍ଗକୁ ପ୍ରତୀକାତ୍ମକ ଭାବେ ପ୍ରତିଫଳିତ କରିଥିଲା । ଏଥିରେ ଶାସ୍ତ୍ରୀୟ, ଲୋକନୃତ୍ୟ, ଏବଂ ସାମରିକ ନୃତ୍ୟକଳାକୁ ବାଦ୍ୟର ତାଳେତାଳେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା ।

ମଣିପୁରରେ ରଥଯାତ୍ରା ସମୟରେ ପ୍ରଦର୍ଶିତ ହେଉଥିବା ପାରମ୍ପାରିକ ଧାର୍ମିକ ମଣିପୁରୀ ନୃତ୍ୟ ଏବଂ ସଙ୍ଗୀତ ବେଶ୍ ପ୍ରେରଣାଦାୟୀ ହୋଇଥିଲା । ଏହାପରେ ଓଡ଼ିଶୀ ଏବଂ ମୋହିନୀଆଟମ୍ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହାକୁ ଦର୍ଶକ ଅପଲକ ନୟନରେ ମନ୍ତମୁଗ୍ଧ ଭାବେ ଅବଲୋକନ କରିଥିଲେ । ଆନ୍ଦ୍ରପ୍ରଦେଶର ଶାସ୍ତ୍ରୀୟ ନୃତ୍ୟ କୁଚିପୁଡ଼ି କଳାକାରଙ୍କର ଉଜ୍ଜସ୍ବନୀ ପ୍ରତିଭାର ପରିଚୟ ଦେଇଥିଲା । କଳାକାର ପିତଳ ଥାଳିର ଧାରରେ ଛିଡା ହୋଇ ଅତି ସୁନ୍ଦର ଭାବେ ନୃତ୍ୟ କରିଥିଲେ । ଏହାପରେ କଥକ, ସମକାଳୀନ ଏବଂ ତାଳବାଦ୍ୟ ପ୍ରଦର୍ଶନରେ କୃଷ୍ଣଙ୍କର ପ୍ରତିଫଳନକୁ ସମସ୍ତ ପ୍ରକାର ନୃତ୍ୟ ଶୈଳୀରେ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ।

ଡଟ୍ ଫେଷ୍ଟରେ ୫ମଦିନ ସଂନ୍ଧ୍ୟାରେ ୧୫ ହଜାରରୁ ଅଧିକ ପରିଦର୍ଶକଙ୍କ ସମାଗମ ହୋଇଥିଲା । ୨୦୧୮ ଡିସେମ୍ବର ୬ ତାରିଖ ଗୁରୁବାରରେ ଡଟ୍ ଫେଷ୍ଟର  ଷଷ୍ଠ ସଂନ୍ଧ୍ୟାରେ କୋକ୍ ଷ୍ଟୁଡିଓ ଦ୍ବାରା ଲୋକପ୍ରିୟ ସଙ୍ଗୀତ ସ୍ରଷ୍ଟା ତଥା ସଙ୍ଗୀତକାର  କ୍ଲିଂଟନ୍ ସେରେଜୋ ଏବଂ ତାଙ୍କର ବ୍ୟାଣ୍ଡ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଂଚସ୍ଥ ହେବ । ଏହି ଅବସରରେ ‘ମଦାରୀ’ର ପ୍ରଦର୍ଶନ କରାଯିବ । ଏହା ନିଶ୍ଚିତ ଭାବେ ଦର୍ଶକଙ୍କୁ ଚମତ୍କୃତ କରିବାର ଆଶା ରହିଛି । ଏହାର ପ୍ରଦାର୍ଶନରେ ଦର୍ଶକ ଆନନ୍ଦରେ ଝୁମିଉଠିବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟାଣ୍ଡ ସହିତ ସମତାଳରେ ଦର୍ଶକ ବିମୋହିତ ହୋଇ ନାଚିବା ଏବଂ ଗୀତ ଗାଇବା ସହିତ ତାଳିମାଡ଼ କରିବାର ରହିଛି ସମ୍ଭାବନା ।

Share

Leave a Reply

Your email address will not be published. Required fields are marked *

fourteen + sixteen =