ଖାଇବାକୁ ଇଚ୍ଛା ହେଉନି କି ? ଘରୋଇ ଉପଚାର କରନ୍ତୁ…

ଶରୀର ପାଇଁ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ । ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ସାହର୍ଯ୍ୟ କରିଥାଏ । ବଞ୍ଚିବା ପାଇଁ ଯେଉଁଭଳି ଭାବେ ପାଣି ଆଉ ପବନର ଦରକାର ହୋଇଥାଏ, ଠିକ୍ ସେହିପରି ଖାଇବାର ମଧ୍ୟ ନିହାତି ଆବଶ୍ୟକତା ପଡିଥାଏ । କିଛି ଲୋକ ତ ନିଜ ଖାଇବା ପିଇବା ପ୍ରତି ବେଶି ଧ୍ୟାନ ଦେଇଥାନ୍ତି, ହେଲେ ଆଉ କିଛି ଲୋକ ନାମମାତ୍ରକୁ ଖାଦ୍ୟ ଖାଇଥାନ୍ତି । ଏସବୁ ଭିତରେ ଏମିତି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ପ୍ରାୟେ ଭୋକ ଲାଗିନଥାଏ । ଭୋକ ନଲାଗିବା କିଛି ସାଧାରଣ କଥା ନୁହେଁ । କାହିଁକିନା ଏହା କୌଣସି ରୋଗର ସଙ୍କେତ ମଧ୍ୟ ଦେଇଥାଏ । ହେଲେ ଯଦି ଆପରଙ୍କ ଏହି ସମସ୍ୟା ଅଛି ତେବେ ଚିନ୍ତା କରନ୍ତୁ ନାହିଁ । କିଛି ଘରୋଇ ଉପାୟରେ ଏହି ସମସ୍ୟା ଦୂର ହୋଇପାରିବ । ଆସନ୍ତୁ ଜାଣିବା…
୧.ଧନିଆ ପତ୍ରର ରସ: ଯଦି ପ୍ରତିଦିନ ଏକ ଚାମଚ ଧନିଆ ପତ୍ରର ରସ ସହ ଲେମ୍ବୁ ରସ ଗୋଳାଇକି ପିଇବେ, ତେବେ ଆପଣଙ୍କ ଭୋକ ଲାଗୁନଥିବା ସମସ୍ୟା ଦୂର ହେବ । କାହିଁକି ନା ଉଭୟ ଧନିଆ ଏବଂ ଲେମ୍ବୁ ରସ ପାଚନ ଶକ୍ତି ତୀବ୍ର କରିଥାଏ । ଯାହାଫଳରେ ଭୋକ ଲାଗିଥାଏ ।
୨.ଅଦା: ଯଦି ଆପଣଙ୍କର ଭୋକ ନ ଲାଗିବା ସମସ୍ୟା ରହିଛି, ତେବେ ଆପଣ ଅଦା ଖାଇଲେ ଲାଭ ପାଇବେ। ଆଜ୍ଞା ହଁ, ଖାଇବାର ଅଧଘଣ୍ଟା ପୂର୍ବରୁ ଅଦାକୁ ଅଳ୍ପ ଲୁଣ ସହ ମିଶାଇ ଖାଆନ୍ତୁ । ଏହା ଦ୍ବାରା ଆପଣଙ୍କ ଭୋକ ଲାଗିବା ଶକ୍ତି ବଢିବା ସହ ଭୋକ ନଲାଗିବା ସମସ୍ୟା ଦୂର ହେବ । ମନେରଖନ୍ତୁ ଏହାକୁ ଆପଣ ପ୍ରତି ଦିନ ଖାଇବା ପୂର୍ବରୁ ଖାଇବେ ।
୩.ମୂଳା: ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ଆପଣ ପ୍ରତିଦିନ ମୂଳା ଖାଆନ୍ତୁ । ମୂଳା ଖାଇବା ଦ୍ବାରା ଆପଣଙ୍କ ପାଚନ ଶକ୍ତି କ୍ରୀୟାଶୀଳ ହୋଇଥାଏ, ଯାହାଦ୍ବାରା ଆପଣଙ୍କୁ ଭୋକ ଲାଗିବ । ଧ୍ୟାନ ଦେବେ କି ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବେ ନାହିଁ ।
୪.କଳା ଲୁଣ: କଳା ଲୁଣରେ ବହୁତ ସାହା ଗୁଣ ଭରପୂର ହୋଇ ରହିଛି । ଏହି କଳାଲୁଣରେ ଆପଣଙ୍କର ଭୋକ ଲାଗୁନଥିବା ସମସ୍ୟାକୁ ଦୂର କରିବାର କ୍ଷମତା ରହିଛି । ଏହା ଖାଇବା ଦ୍ବାରା ପାଚନ ଶକ୍ତି ମଧ୍ୟ ଭଲ ହୋଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ଚିମୁଟାଏ କଳାଲୁଣ ସେବନ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

three × four =