ପୁଣି ଥାନାକୁ ଗଲେ ବର୍ଷା ଓ ତାଙ୍କ ଶାଶୂ

କଟକ()  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଶାଶୁ ଥାନାର ଦ୍ୱାରସ୍ଥ ହୋଇଛି ।  ପରସ୍ପର ବିରୋଧରେ ଅଭିଯୋଗ ଆଣି ଉଭୟ ଥାନାରେ ପହଞ୍ଚିଛନ୍ତି ।  କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରାଯାଉଥିବା ବର୍ଷା  ଅଭିଯୋଗ କରିଛନ୍ତି ।  ଏପରିକି ରହିବା ପାଇଁ କୌଣସି ବିକଳ୍ପ ନଥିବା ବର୍ଷା ତାଙ୍କ ଏତଲାରେ  ଉଲ୍ଲେଖ କରିଛନ୍ତି । ଏନେଇ ସୁରକ୍ଷା ସହ ଘରକୁ ଆସି ତଦନ୍ତ କରିବାକୁ ବର୍ଷା ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ  ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଘର ମରାମତିର ଆବଶ୍ୟକତା ରହିଛି । ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ ।  କହିବା ସତ୍ତ୍ୱେ ବର୍ଷା ଘର ଖାଲି କରିବାକୁ ରାଜି ହେଉନାହାନ୍ତି ବୋଲି ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 2 =