ଜରୀନ ଖାନଙ୍କ ସହ ହେବାକୁ ଯାଉଛି ସଲମନଙ୍କ ମ୍ୟାରେଜ

ଅଭିନେତ୍ରୀ ଜରୀନ ଖାନ୍ ବମ୍ବେ ଟାଇମ୍ସକୁ ସାକ୍ଷାତାକାର ଦେଇ କହିଛନ୍ତି ଯେ, ସଲମନ ଖାନଙ୍କ ସହ ତାଙ୍କର ବାହାଘର ହେବାକୁ ଯାଉଛି। ଏହି କଥାକୁ ମଜାରେ କହିଦେଇଥିଲେ ବୋଲି ପରେ ଜରୀନ ଖାନ କହିଥିଲେ। ଏହି କଥା ଖବର କାଗଜ ମାଧ୍ୟମରେ ଚାରିଆଡେ ଖେଳିଯାଉ ବୋଲି ସେ ଚାହୁଁଥିଲେ।

ସଲମାନଙ୍କ ନାଁରେ ଗୁଜବ କାହିଁକି ସୃଷ୍ଟି କରୁଛନ୍ତି ବୋଲି ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଏହା ଦ୍ବାରା ତାଙ୍କର କଣ ଫାଇଦା ହେବ ବୋଲି ମଧ୍ୟ ପଚାରିଥିଲେ।

ଉତ୍ତରରେ ଜରୀନ ଖାନ କହିଥିଲେ, ସଲମାନଙ୍କ ସହ ତାଙ୍କର ବାହାଘର ହେବାକୁ ଯାଉଛି ସେଥିପାଇଁ ଏହି ଗୁଜବ ପ୍ରଚାର କରିବା ପାଇଁ ସେ ଚାହୁଁଛନ୍ତି। ଜରୀନ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସଲମାନଙ୍କୁ ହୁକଅପ କରିବାକୁ ସେ ଚାହୁଁଛନ୍ତି। ଏହି କଥା ପରେ ଜରୀନ କହିଥିଲେ ଯେ, ମ୍ୟାରେଜରେ ସେ ବିଶ୍ବାସ ରଖନ୍ତି ନାହିଁ ବରଂ ଏକା ରହି ଜୀବନକୁ ଉପଭୋଗ କରିବା ମଜା ଅଲଗା ହୋଇଥାଏ।

Share

Leave a Reply

Your email address will not be published. Required fields are marked *

eight + 2 =