ଏହି କୋରିଓଗ୍ରାଫରଙ୍କ ନାଁରେ ଅଭିଯୋଗ

ମୁମ୍ବାଇ() କୋରିଓଗ୍ରାଫର ଗଣେଶ ଆଚାର୍ୟ୍ୟଙ୍କ ବିରୋଧରେ ୩୩ବର୍ଷ ବୟସ୍କା ଜଣେ ମହିଳା କୋରିଓଗ୍ରାଫର ମହାରାଷ୍ଟ୍ରର ଅମ୍ବୋଲି ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।
ମହିଳାଙ୍କ କହିବା ଅନୁସାରେ ଗଣେଶ ତାଙ୍କ ଠାରୁ କମିଶନ୍ ନେବା ସହ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ।

 

ନିଜ ଅଭିଯୋଗର କପିରେ ମହିଳା ଲେଖିଥିଲେ ଯେ ଯେବେଠାରୁ ସେ ଗଣେଶ ଆଚାର୍ୟ୍ୟ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ୍ କୋରିଓଗ୍ରାଫର୍ସ ଆସୋସିଏସନର ଜେନେରାଲ୍ ସେକ୍ରେଟାରୀ ହୋଇଛନ୍ତି ସେବେଠୁ ଗଣେଶ ତାଙ୍କୁ ହଇରାଣ କରୁଛନ୍ତି। ତାଙ୍କ କଥା ନମାନିବାରୁ ସେ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଗଣେଶ ଆଚାର୍ୟ୍ୟ ତାଙ୍କ ଶକ୍ତିର ଅପବ୍ୟବହାର କରି ତାଙ୍କୁ ଆସୋସିଏସନରୁ ବାହାର କରି ଦେଇଥିଲେ।

ମହିଳା ଆହୁରି ମଧ୍ୟ କହିଥିଲେ ଯେ ଗଣେଶ ଆଚାର୍ୟ୍ୟ ତାଙ୍କୁ ନିଜ ଆସିଷ୍ଟାଣ୍ଟ ହେବାକୁ କହିଥିଲେ କିନ୍ତୁ ସେ ମନା କରି ଦେଇଥିଲେ। ସେ ଯେତେବେଳେ ଅଫିସକୁ ଯାଉଥିଲେ ସେ ସବୁବେଳେ ଆଡଲ୍ଟ ଭିଡିଓ ଦେଖୁଥିଲେ ଏବଂ ତାଙ୍କୁ ଆଡଲ୍ଟ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ।

Share

Leave a Reply

Your email address will not be published. Required fields are marked *

4 × two =