ଜୁଲାଇ 5ରେ ତିନୋଟି ରାଜ୍ୟସଭା ଆସନରେ ଉପନିର୍ବାଚନ

ଭୁବନେଶ୍ୱର () ଓଡିଶା ସମେତ ବିହାର ଓ ଗୁଜୁରାଟର ଛଅଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁଲାଇ 5 ତାରିଖରେ ନିର୍ବାଚନ ହେବ । ଓଡିଶାରୁ ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ ଓ ସୌମ୍ୟ ରଞ୍ଜନ ପଟନାୟକ ଇସ୍ତଫା ପରେ ଏହି ତିନୋଟି ଆସନ ଖାଲି ପଡିଥିଲା । ଏହି ତିନୋଟି ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଅଚ୍ୟୁତ ସାମନ୍ତ ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅଚ୍ୟୁତ ଓ ସୌମ୍ୟଙ୍କ ଇସ୍ତଫା ପରେ ଖାଲିପଡିଥିବା ଆସନରେ 2024 ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାଳ ଥିବା ବେଳେ ପ୍ରତାପ ଦେବଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଆସନର କାର୍ଯ୍ୟକାଳ 2022 ଜୁଲାଇ 1 ତାରିଖ ରହିଛି ।

ଏହିସବୁ ଆସନରେ ଉପନିର୍ବାଚନ ପାଇଁ ଜୁନ 18 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । 25 ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବ । ଜୁଲାଇ 5 ତାରିଖ ସକାଳ 9ଟାରୁ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ 5ଟାରେ ଗଣତି ହୋଇ 9 ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ଆଉ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି । କିନ୍ତୁ ଅନୁଭବଙ୍କ କାର୍ଯ୍ୟକାଳ 10 ମାସ ଅର୍ଥାତ ଏକ ବର୍ଷରୁ କମ ଥିବାରୁ ଏହି ଆସନରୁ ଉପନିର୍ବାଚନ ହେବନାହିଁ ।

Share

Leave a Reply

Your email address will not be published. Required fields are marked *

eighteen + 18 =