ଟଲିଉଡରେ ନଜର ଆସିବେ ମଲ୍ଲିକା ସେରାୱତ

ନୂଆଦିଲ୍ଲୀ : ଟଲିଉଡ ଫିଲ୍ମରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାୱତ । ଏହି ଆଗାମୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାମିଲ ନିର୍ଦ୍ଦେଶକ ଭି,ସି ଭାଡିଭୁଡିଆନ୍ କରିବାକୁ ଯାଉଛନ୍ତି । କାରଣ ଏକାସଙ୍ଗରେ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ଫିଲ୍ମଟି ନିର୍ମାଣ ହେବ । ସେଥିପାଇଁ ତେଲୁଗୁରେ ଏହା ମଲ୍ଲିକାଙ୍କ ପ୍ରଥମ ପ୍ରୋଜେକ୍ଟ ।

‘ନାଗମତି’ ନାମରେ ପିଲ୍ମଟି ନିର୍ମାଣ ହେବାକୁ ଯାଉଛି । ଏହି ଖବର ମଧ୍ୟ ଅଛି ଯେ ମଲ୍ଲିକାଙ୍କୁ ଏହି ଚଳଚ୍ଚିତ୍ରରେ ପୂର୍ବରୁ ଦେଖାଯାଇ ନଥିବା ଅବତାରରେ ଦେଖିବାକୁ ମିଳିବ।

ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ମୁହୂର୍ତ କାର୍ୟ୍ୟକ୍ରମରେ ନିର୍ମାତାମାନେ ‘ନାଗମତି’ର ଘୋଷଣା କରିଥିଲେ ।

ନିର୍ମାତା କହିଛନ୍ତି ଯେ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ‘ଚାର୍ଲି ଚାପଲିନ୍ ୨’ ଏବଂ ‘ମୋଟା ଶିବ କେଟା ଶିବ’ ଭଳି ଚଳଚ୍ଚିତ୍ରର ସଂଗୀତ ରଚନା ଭଳି ଏହି ଫିଲ୍ମର ସଙ୍ଗୀତ ପାଇଁ ସଙ୍ଗୀତକାର ଅମ୍ରିଶଙ୍କୁ ପସ୍ତୁତ କରିବାକୁ ହେବ ।

ଆଗାମୀ ଚଳଚ୍ଚିତ୍ର ‘ନାଗମତି’ କୁ ନେଇ ମଲ୍ଲିକା କହିଛନ୍ତି, “ଯେବେଠୁ ମୁଁ କମଲ ହାସନଙ୍କ ସହ ‘ଦଶଭଥାରାମ’ରେ କାମ କରିଛି ସେବେଠୁ ମୁଁ କୌଣସି ତାମିଲ ଚଳଚ୍ଚିତ୍ର ରେ କାମ କରି ନାହିଁ। ତେଣୁ ଏହି ଚଳଚ୍ଚିତ୍ରର ଅଂଶ ହୋଇ ମୁଁ ଖୁସି ଅଟେ।’ ନାଗମତି ‘ହେଉଛି ଏକ ଆକ୍ସନ୍ ହରର-ଥ୍ରୀଲର ଫିଲ୍ମ ।

Share

Leave a Reply

Your email address will not be published. Required fields are marked *

14 − two =