ସାକ୍ଷରତା ଦିବସରେ ନବୀନଙ୍କ ଦୃଢୋକ୍ତି : ଶିକ୍ଷାକୁ ନେଇ ରହିଥିବା ଆହ୍ୱାନର ସମାଧାନ ହେବ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ବିଶ୍ବ ସାକ୍ଷରତା ଦିବସରେ ଶିକ୍ଷାକୁ ନେଇ ରହିଥିବା ଆହ୍ୱାନର ସମାଧାନ କରାଯିବ ବୋଲି ପୁଣି ଥରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ଭାଷାଗତ ବିଭେଦତାକୁ ଗ୍ରହଣ କରାଯିବ, ଯାହାଦ୍ୱାରା ଲୋକେ ସଶକ୍ତ ହେବେ ।

ବିଶ୍ବ ସାକ୍ଷରତା ଦିବସରେ ମୁଖ୍ୟମନ୍ତ୍ରୀ ମନୁଷ୍ୟର ମସ୍ତିସ୍କର ବିକାଶ ଓ ଚିନ୍ତାଶକ୍ତର ବିକାଶ ପାଇଁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି । ଆଜି ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ ଏବଂ ଏଦିଗରେ ରହିଥିବା ଚ୍ୟାଲେଞ୍ଜର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇଛନ୍ତି ।

ୟୁନେସ୍କୋ ପକ୍ଷରୁ ସେପ୍ଟେମ୍ବର 8 ତାରିଖକୁ ବିଶ୍ବ ସାକ୍ଷରତା ଦିବସ ଭାବେ ପାଳନ କରାଯାଉଛି । 1966 ଅକ୍ଟୋବର 26 ତାରିଖରେ ୟୁନେସ୍କୋର ଚତୁର୍ଦଶ ସମ୍ମିଳନୀରେ ଏହି ନିଷ୍ପତି ନିଆଯାଇଥିଲା ।

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାର ଏକାଧିକ ପଦକ୍ଷେପ ନେଇଥିଲେ ବି ସାରା ଦେଶରେ ଶିକ୍ଷାକୁ ନେଇ ବହୁ ଚ୍ୟାଲେଞ୍ଜ ରହିଛି । ତେଣୁ ଏହି ଦିନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରାଯାଉଛି ।

Share

Leave a Reply

Your email address will not be published. Required fields are marked *

five × 3 =