ବିଦ୍ୟୁତ ଚୋରି ରୋକିବା ପାଇଁ ସ୍ମାର୍ଟ ମିଟର

ଖୁବ ଶୀଘ୍ର ସାରା ରାଜ୍ୟରେ ସ୍ମାର୍ଟମିଟର ବ୍ୟବସ୍ଥା ଲାଗୁ ହେବାକୁ ଯାଉଅଛି । ବିଦ୍ୟୁତ ଚୋରି ରୋକିବାକୁ ପ୍ରିପେଡ଼ ଓ ସ୍ମାର୍ଟ ମିଟର ଲଗାଯିବା ବୋଲି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଚାହିଁଲେବି କୌଣସି ବ୍ୟକ୍ତି ବିଦ୍ୟୁତ ଚୋରି କରିପାରିବ ନାହିଁ । ସ୍ମାର୍ଟମିଟର ବ୍ୟବସ୍ଥା ଯୋଗୁଁ ବିଦ୍ୟୁତ ଚୋରି ତଥା ଟାମ୍ପରିଂ କରିପାରିବେ ନାହିଁ ଉପଭୋକ୍ତା । ଏହାସହ ମାଗ୍ନେଟ୍ ଲଗାଇ ମଧ୍ୟ ମିଟରକୁ ଧୀମା କରିପାରିବେ ନାହିଁ । କେବଳ ଏତିକି ନୁହେଁ ଟାମ୍ପରିଂ କରିବା ପାଇଁ ଚେଷ୍ଟାକଲେ ଜାଣିପାରିବେ ସରକାର ।

ସମ୍ବଲପୁରରେ ୪୫୦୦ପ୍ରିପେଡ଼ ମିଟର ଲଗାଯିବ । ସେହି ମିଟରରେ ଡିଜିଟାଲ କାର୍ଡ଼ ଏବଂ ସେଥିରେ ଉପଭୋକ୍ତା ରିଚାର୍ଜ କରିପାରିବେ । ଯାହା ଦ୍ୱାରା ଆଗୁଆେ ପଇସା ପକାଇ ରିଚାର୍ଜ କରି ବିଦ୍ୟୁତ ବ୍ୟବହାର କରିପାରିବେ । ଫଳରେ ଯେଉଁ ପରିମାଣରୁ ବିଦ୍ୟୁତ ଚୋରି ହେଉଥିଲା ଏବଂ ନଷ୍ଟ କରାଯାଉଥିଲା ତାହା ରୋକାଯାଇପାରିବ । ଏହା ସହ ସ୍ମାର୍ଟ ମିଟର ଲଗାଯିବା ପ୍ରକ୍ରିୟା ପ୍ରଥମେ ରାଉରକେଲାରୁ ଆରମ୍ଭ ହେବ । ମିଟରକୁ ଯେପରି ଟ୍ୟାମ୍ପର କିମ୍ବା ସ୍ଲୋ କରି ନ ହେବ ସେପରି ବ୍ୟବସ୍ଥା ସେଥିରେ ଉପଲବ୍ଧ ରହିବ ।

ମାସ ସାରା ବିଜୁଳି ବ୍ୟବହାର କରି ମାସ ଶେଷର ବିଲ୍ ପଇଠ କରୁଥିଲେ ଉପଭୋକ୍ତା । କିନ୍ତୁ ପ୍ରିପେଡ଼୍ ମିଟର ଲାଗିବା ପରେ ଆଗୁଆ ବିଲ ପଇଠ କରିବା ପାଇଁ ପଡ଼ିବ । ତା’ପରେ ଯାଇ ବିଜୁଳି ବ୍ୟବହାର କରିପାରିବେ ଗ୍ରାହକ ।

Share

Leave a Reply

Your email address will not be published. Required fields are marked *

1 × two =