ଟ୍ରମ୍ପଙ୍କ ଭାଷଣରେ ସୋଲେ, ଡିଡିଏଲ୍ଜେ

ଅହମଦାବାଦ()୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ୟ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବା ବେଳେ ବଲିଉଡ୍ର ଖୁବ୍ ପ୍ରଶଂସା କରିଛନ୍ତି। ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୋଲେ’ ଓ ଶାହାରୁଖ-କାଜଲଙ୍କ ଅଭିନୀତ ଫିଲ୍ମ ‘ଦିଲଓ୍ବାଲେ ଦୁଲହନିୟା ଲେ ଯାଏଙ୍ଗେ’ର କଥା କହିଛନ୍ତି। ସେ କହିଛନ୍ତି ଭାରତୀୟ ସିନେମାର ଆକାର ବହୁତ ବଡ। ଏଠାରେ ପ୍ରତିବର୍ଷ ପାଖାପାଖି ୨ ହଜାର ଫିଲ୍ମ ନିର୍ମାଣ କରାଯାଇଥାଏ। ଏଠାକାର ଫିଲ୍ମରେ ଭାଙ୍ଗଡା ଡ୍ୟାନ୍ସ ଓ ମ୍ୟୁଜିକ ଖୁବ୍ ସୁନ୍ଦର ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

eleven + five =