ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ବିରୋଦ୍ଧରେ ଏଫଆଇଆର୍ ରୁଜୁ

ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ବିରୋଦ୍ଧରେ ଲାହୋରରେ ଏଫଆଇଆର୍ ରୁଜୁ କରାଯାଇଛି। ଏହି ମାମଲା ପୋଲିଓ ଟିମଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି। ପୋଲିଓ ଟିମଙ୍କ କହିବନାଯାୟୀ ସେ ଫୈସଲ ଟାଉନ ରେସିଡେନ୍ସି ସ୍ଥିତ ଫୱାଦଙ୍କ ଘରକୁ ତାଙ୍କ ଝିଅକୁ ପୋଲିଓ ଡ୍ରପ ପିଆଇବାକୁ ଯାଇଥିଲେ। କିନ୍ତୁ ଫୱାଦଙ୍କ ପତ୍ନୀ ନା କେବଳ ପିଲାକୁ ପୋଲିଓ ଡ୍ରପ ପିଆଇବାକୁ ବାରଣ କଲେ ବରଂ ସେମାନଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କଲେ।
ଏଫଆଇଆର ଅନୁଯାୟୀ ଫୱାଦ ଖାନଙ୍କ ପତ୍ନୀ ନିଜ ଝିଅକୁ ପୋଲିଓ ଡ୍ରପ ପିଆଇବାକୁ ବିରୋଧ କଲେ। ଏହା ସହିତ ଘରକୁ ଆସିଥିବା ଟିମଙ୍କୁ ସହିତ ଦୁର୍ବ୍ୟବହାର କଲେ। ଏତିକି ନୁହେଁ ଫୱାଦ ଖାନଙ୍କ ଡ୍ରାଇଭର ମଧ୍ୟ ପୋଲିଓ ଟିମଙ୍କ ସହିତ ଭଲ ବ୍ୟବହାର କରିନଥିଲେ।
ଜିଲ୍ଲାର ଜଣେ ଅଧିକାରୀ କହିଲେ ଯେ ଫୱାଦ ଖାନଙ୍କ ପତ୍ନୀ ପୋଲିଓକୁ ବିରୋଧ କରିବାର ଠୋସ ପ୍ରମାଣ ଜଣା ପଡି ନାହିଁ।
ପାକିସ୍ତାନର ଆଇନ୍ ଅନୁଯାୟୀ ଆଣ୍ଟି ପୋଲିଓ ଡ୍ରପ୍ସକୁ ଅଣଦେଖା କରିବା କେସରେ ଜରିମାନା ସହିତ ଦୁଇ ବର୍ଷ ପର୍ୟ୍ୟନ୍ତ ଦଣ୍ଡବିଧାନ ମଧ୍ୟ ହୋଇପାରେ।
ଦୁନିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ନାଇଜେରିୟା ଭଳି ଦେଶରେ ପୋଲିଓ ଆକ୍ରାନ୍ତରେ ଜୋଡି ହୋଇ ରହିଛନ୍ତି। ପୋଲିଓ ଏମିତି ଏକ ଭୟଙ୍କର ରୋଗ ଯାହା ଦ୍ବାରା ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡିପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅବଶ୍ୟ ଫୱାଦ ଖାନ ପାକିସ୍ତାନ ସୁପର ଲିଗ କାରଣରୁ ଦୁବାଇରେ ଅଛନ୍ତି। ଏହି ଘଟଣା ସମୟରେ ସେ ଘରେ ଉପସ୍ଥିତ ନଥିଲେ।

Share

Leave a Reply

Your email address will not be published. Required fields are marked *

fourteen + 6 =