ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଓଡ଼ିଶାର ଭବିଷ୍ୟତ ଶକ୍ତି

ଭୁବନେଶ୍ୱର : କୌଣସି ରାଜ୍ୟର ବିକାଶ କ୍ଷେତ୍ରରେ ତାହାର ଯୁବଶକ୍ତିଙ୍କର ପ୍ରମୁଖ ଯୋଗଦାନ ରହିଛି । ଯୁବକମାନେ ରାଜ୍ୟର ଭବିଷ୍ୟତ ହୋଇଥିବାବେଳେ ଓଡିଶା ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଏମାନଙ୍କର ଶକ୍ତିକୁ ଠିକଣା ଭାବେ କାର୍ଯ୍ୟକାରୀ କରାଗଲେ ରାଜ୍ୟର ବିକାଶ ଆଗକୁ ଆଗକୁ ଯେ ଯିବ ଏଥିରେ କୌଣସି ସମ୍ଭବନାହିଁ । ଏହାକୁ ହୃଦୟଙ୍ଗମ କରି ମୁଖ୍ୟମବୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଯୁବକଙ୍କ କ୍ଷେତ୍ରରେ ଯାହା ନିବେଶ କରାଯିବ ତାହା ଭବିଷ୍ୟତ ପାଇଁ ନିବେଶ ଏବଂ ଏହା ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶର ପରିବର୍ତ୍ତନରେ ସହାୟକ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କ ଲାଗି ତାଙ୍କର ହାତ ଖୋଲି ଦେଇଛନ୍ତି । ଚଳିତ ବଜେଟ୍‍ରେ କ୍ରୀଡା ଓ ଯୁବସେବା ବିଭାଗ ପାଇଁ ରାଜ୍ୟ ସରକାର ୩୦୪ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ଯାହାକି ଗତବର୍ଷ ବଜେଟ୍‍ ବ୍ୟୟବରାଦ ତୁଳନାରେ ଅଧିକ । ଗତବର୍ଷ ଏହି ବିଭାଗ ପାଇଁ ବଜେଟ୍‍ରେ ୨୬୧କୋଟି ଟଙ୍କାର ବରାଦ ଥିଲା । ଏଥି ସହିତ ଯୁବବର୍ଗଙ୍କ ଲାଗି ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଚଳିତବର୍ଷ ରାଜ୍ୟ ସରକାର ସ୍ୱତବ ଭାବେ ପରିବେଶ ବଜେଟ୍‍ କରିଛନ୍ତି ଯାହାକି ପରିବେଶ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ କରିବ । ଆଜିର ଯୁବବର୍ଗ ପରିବେଶ ଉପରେ ଅଧିକ ଭାବେ ଧ୍ୟାନ କେନ୍ଦ୍ରୀତ କରୁଥିବା ଏଭଳି ବ୍ୟୟବରାଦ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଲାଗି ଉତ୍ସାହିତ କରିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ଯୁବକମାନେ ବିଜ୍ଞାନ, ବୈଷୟିକଜ୍ଞାନ, କଳା ଓ ସଂସ୍କୃତି, କ୍ରୀଡା, ସାହିତ୍ୟ ଆଦିରେ ଉଭୟ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ଯୁବକମାନଙ୍କର ସାମଗ୍ରିକ ବିକାଶ ଲାଗି ସେମାନଙ୍କୁ ଗୁଣାତ୍ମକ ଶିକ୍ଷା, କୌଶଳ ବିକାଶ ଏବଂ ଠିକଣା ଦିଗରେ ବାଟ ଦେଖାଯାଉଛି । ରାଜ୍ୟରେ ଦ୍ରୁତ ଗତିରେ
ଅଭିନବ ଯୋଜନା ଗୁଡିକ କାର୍ଯ୍ୟକାରୀ କରାଯାଉଥିବାବେଳେ ଯୁବବର୍ଗଙ୍କ ଉପରେ ସ୍ୱତବ ଧ୍ୟାନ ଦିଆଯାଉଛି । ରାଜ୍ୟ ଯୁବ ନୀତି ଦ୍ୱାରା ଯୁବକମାନଙ୍କୁ ଠିକଣା ଦିଗଦର୍ଶନ ସହିତ ବିକାଶ ପ୍ରକ୍ରିୟାରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଉଦ୍ୟୋଗୀମାନେ କେବଳ ଉଦ୍ୟୋଗ ବସାଇବାପାଇଁ ଚାହାନ୍ତି ନାହିଁ, ବରଂ ସେମାନେ କିଭଳି ଅଧିକ ସଂଖ୍ୟା ନିଯୁକ୍ତି ଓ ରୋଜଗାର ସୃଷ୍ଟି କରି ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ।

ଏଥିପାଇଁ ଯୁବ ଉଦ୍ୟୋଗୀମାନଙ୍କ ଲାଗି ଗଠନ ହୋଇଛି ଓଡିଶା ୟୁଥ ଇନୋଭେସନ ଫଣ୍ଡ୍‍ (ଓୟୁଆଇଏଫ୍‍) । ଏହାଦ୍ୱାରା ଯୁବବର୍ଗ ସେମାନଙ୍କ ନୂତନ ଚିନ୍ତାଧାରାର ପରିପ୍ରକାଶ ସହିତ ରାଜ୍ୟର ସାମାଜିକ-ଆର୍ଥିକ ବିକାଶରେ ସହାୟକ ହେବେ । ଏହି ଯୋଜନାରେ ୧୫ରୁ ୩୫ ବର୍ଷ ବୟସର ଯୁବ ଉଦ୍ଭାବକମାନଙ୍କୁ ସେମାନଙ୍କର ନୂଆ ଚିନ୍ତାଧାରା ପାଇଁ ୫୦ହଜାର ଏବଂ ଜ୍ଞାନକୌଶଳର ପ୍ରଦର୍ଶନ, ଉତ୍ପାଦକତା ଏବଂ ସେବା ଲାଗି ଏକ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ନୂତନ ଚିନ୍ତାଧାରାରେ ଉଦ୍ୟୋଗ ସ୍ଥାପନ ପାଇଁ ୩ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା ବି ଅଛି । ଏଥିପାଇଁ ଏମ୍‍ଏସ୍‍ଏମ୍‍ଇ ବିଭାଗ ପକ୍ଷରୁ ଇନ୍‍କ୍ୟୁବେସନ କେନ୍ଦ୍ର ସ୍ଥାପନ ସହ ଯୁବକ ଉଦ୍ୟୋଗୀଙ୍କୁ ସହାୟତା ଓ କୌଶଳ ତାଲିମ ପ୍ରଦାନ କରାଯାଉଛି । ଏ କ୍ଷେତ୍ରରେ ସ୍କିଲ-ଇନ୍‍-ଓଡିଶାର କାର୍ଯ୍ୟ ବେଶ୍‍ ଉଲ୍ଲଖନୀୟ । ଏହାଦ୍ୱାରା ରାଜ୍ୟର ଚାହିଦା ମୁତାବକ କୁଶଳୀ ମାନବସମ୍ବଳ ସୃଷ୍ଟି ହୋଇପାରୁଛନ୍ତି । କୌଶଳ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉଦ୍ୟୋଗ ସହିତ ହାତ ମିଳାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଜନ ଯୋଜନା (ସିଏମ୍‍ଇଜିପି) ଦ୍ୱାରା ପ୍ରତି ପଞ୍ଚାୟତର ୧୫୦ଜଣ ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇ ପାରୁଛି ।

ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଆଦିବାସୀ, ଦଳିତ ଏବଂ ବିପିଏଲ୍‍ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ଲାପ୍‍ଟପ୍‍ ବଣ୍ଟନ ହେଉଥିବାବେଳେ ବୈଷୟିକ ଶିକ୍ଷା ପାଇଁ ଆଗ୍ରହୀ ଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଶିକ୍ଷା ସାମଗ୍ରୀ ଯୋଗାଇ ତୃଣମୂଳ ସ୍ତରରୁ ସେମାନଙ୍କୁ ଦକ୍ଷ କରାଯାଉଛି । ମିଶନ ଯୁବ ଶକ୍ତି ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟରେ ଆତ୍ମନିଯୁକ୍ତି ସୃଷ୍ଟି କରାଯାଉଛିା ବିଜୁ ଯୁବ ବାହିନୀ ନେତୃତ୍ୱ ନେବାର ଦକ୍ଷତା, ସମାଜସେବା ଏବଂ କ୍ରୀଡା ଓ ସାମାଜିକ କାର୍ଯ୍ୟ ଦ୍ୱାରା ଯୁବବର୍ଗଙ୍କ
ମଧ୍ୟରେ ଉତ୍ତମ ଜୀବନଧାରଣର ସଚେତନତା ସୃଷ୍ଟି କରୁଛି । ବ୍ୟକ୍ତିତ୍ୱ ବିକାଶ ପାଇଁ କ୍ରୀଡାର ବଡ ଅବଦାନ ଥିବାବଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଶାରୀରିକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୁବଶକ୍ତି ଲାଗି କ୍ରୀଡା ଓ ଭବିଷ୍ୟତ ଲାଗି ଯୁବଶକ୍ତିର ଆବଶ୍ୟତା ରହିଛି । ତେଣୁ କ୍ରୀଡା କ୍ଷେତ୍ରରେ ନିବେଶର ଅର୍ଥ ହେଉଛି ରାଜ୍ୟର ଭବିଷ୍ୟତ ଶକ୍ତି ପାଇଁ ପୁଞ୍ଜି ନିବେଶ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ଦେଇଛନ୍ତି

Share

Leave a Reply

Your email address will not be published. Required fields are marked *

15 + nine =