ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ହୋଇଥିଲେ ଐଶ୍ୱର୍ୟ୍ୟା

ମୁମ୍ବାଇ () ଐଶ୍ୱର୍ୟ୍ୟା ନିଜର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ୟ୍ୟ ବ୍ୟତୀତ ଉତ୍ତମ ଆଚରଣକୁ ନେଇ ଦର୍ଶକଙ୍କ ହୃଦୟରେ ଆଜି ପର୍ୟ୍ୟନ୍ତ ରାଜ୍ କରୁଛନ୍ତି। ଯେଉଁଥି ପାଇଁ୧୯୯୪ ମସିହାରେ ସେ ବିଶ୍ୱସୁନ୍ଦରୀ ହୋଇଥିଲେ। କିନ୍ତୁ ସେ କେଉଁ ପ୍ରଶ୍ନର ଉତ୍ତର ଦେଇ ଏହି ସୌଭାଗ୍ୟ ଅର୍ଜନ କରିଥିଲେ ଜାଣନ୍ତି …

ଐଶ୍ୱର୍ୟ୍ୟାଙ୍କୁ ସେତେବେଳେ ମାତ୍ର ୨୧ ବର୍ଷ। ତାଙ୍କୁ ପଚରାଯାଇଥିଲା ବିଶ୍ୱସୁନ୍ଦରୀ ହେବା ପାଇଁ କେଉଁ ଗୁଣର ଅଧିକାରୀ ହେବା ଜରୁରୀ। ଏହି ପ୍ରଶ୍ନର ଉତ୍ତରରେ ଐଶ୍ୱର୍ୟ୍ୟା କହିଥିଲେ, ଏବେସୁଦ୍ଧା ମୁଁ ଯେତେ ବିଶ୍ୱସୁନ୍ଦରୀ ଦେଖିଛି ସମସ୍ତଙ୍କ ନିକଟରେ ଦୟାଭାବ ରହିଛି। ମୁଁ ଏମିତି ଲୋକଙ୍କୁ ଦେଖିଛି, ଯିଏକି ରାଷ୍ଟ୍ରୀୟତା ଏବଂ ବର୍ଣ୍ଣ ଭେଦ ଠାରୁ ବହୁ ଊର୍ଦ୍ଧ୍ୱରେ। ଆମେ ତାଙ୍କୁ ଦେଖି ଆଗକୁ ବଢ଼ିବା ଦରକାର। ଯେଉଁଥିରେ ପ୍ରକୃତ ବିଶ୍ୱସୁନ୍ଦରୀ ସମ୍ମାନ ମିଳିବ। ଐଶ୍ୱର୍ୟ୍ୟାଙ୍କ ଏପରି ଉତ୍ତର ଶୁଣି ବିଚାରପତି ଖୁସି ହୋଇ ତାଙ୍କୁ ବିଶ୍ୱସୁନ୍ଦରୀ ପାଇଁ ଚୟନ କରିଥିଲେ।

Share

Leave a Reply

Your email address will not be published. Required fields are marked *

20 + nineteen =