ଏସ୍-୪୦୦ ମିସାଇଲ କିଣିବ ଭାରତ, ବାରଣ କରୁଛି ଆମେରିକାର

ନୂଆଦିଲ୍ଲୀ (): ଆମେରିକାର ଚେତାବନୀ ସତ୍ତ୍ବେ ଭାରତ ଖୁବ ଶୀଘ୍ର ଋଷଠାରୁ ଏସ-୪୦୦ ଟ୍ରାଇପ ଏୟାର ଡିଫେନ୍ସ ମିସାଇଲ କିଣିବା ଲାଗି ପ୍ରସ୍ତୁତି ଚଳାଉଛି । ଏହି ମିସାଇଲ କିଣିବା ଲାଗି ଆମେରିକା ଭାରତକୁ ବାରଣ କରୁଥିବା ସମୟରେ ଭାରତର ପ୍ରତିରକ୍ଷା ବିଭାଗ ମିସାଇଲ କିଣିବାଲାଗି ୩୯ ହଜାର କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ଏହାକୁ ବିଭାଗୀୟ ମନ୍ତ୍ରୀ ର୍ନିମଳା ସୀତା ରମଣ ଅନୁମୋଦନ ମଧ୍ୟ କରିଛନ୍ତି । ଏହାପରେ ଅର୍ଥ ବିଭାଗ ଓ କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ଅନୁମୋଦନ ଲାଗି ପଠାଯିବ ବୋଲି ଜଣାପଡିଛି  । ଦେଶର ରାଜନୈତିକ ବ୍ୟକ୍ତିମାନଙ୍କର ପରାମର୍ଶ କ୍ରମେ ଏହା କେବେ କିଣାଯିବ ତାହା ଜଣାପଡିବ  ।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତା ରମଣ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ଏହି ମିସାଇଲ କିଣିବା କଥା ଆଲୋଚନା କରାଯିବା ଥିଲା। ତେବେ ପୂର୍ବରୁ ଅକ୍ଟୋବର ୨୦୧୫ ମସିହାରେ ଭାରତ ଋଷ୍ ଠାରୁ ଏହି ମିସାଇଲ କିଣିବାର ଥିଲା । ତେବେ କାହିଁକି ଏହା ସେତେ ବେଳେ କିଣା ଯାଇନଥିଲା ତାହା ଜଣା ପଡିନାହିଁ । ଏହି ମିସାଇଲ ଶତ୍ରୁଙ୍କର ରଣନୀତି, ଡ୍ରୋନ ଚଳାଚଳ ଆଦିକୁ ସ୍ଥଳପଥରେ ୪୦୦ କିଲୋମିଟର ଓ ଆକାଶ ପଥରେ ୩୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ବୋଲି ଜଣାପଡିଛି  ।

ରିପୋର୍ଟରୁ ଜଣାପଡେ ଯେ, ୨୦୧୬ ମସିହା ଅକ୍ଟୋବର ମାସରେ ଯେତେବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମର ପୁତିନ ଭାରତ ଗସ୍ତରେ ଆସିଥିଲେ ସେହି ସମୟରେ ଏସ-୪୦୦ ମିସାଇଲ କିଣିବା ପାଇଁ ମୋଦି ଓ ପୁତିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଉ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଦି ଓ ପୁତିନଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଏହାର ଅନ୍ତିମ ପର୍ଯ୍ୟାୟ ନିର୍ଣ୍ଣୟ ହେବ ବୋଲି ଜଣାପଡିଛି  । ଏପଟେ ଏହି ଚୁକ୍ତିକୁ ଆଗକୁ ନ ବଢାଇବା ଲାଗି ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି ଆମେରିକା  । ଭାରତ ଉଭୟ ଆମେରିକା ଓ ଋଷ ସହ ଉତ୍ତମ ସମ୍ପର୍କ ରଖିବା ଲାଗି ଚେଷ୍ଟା କରୁଛି । ତେଣୁ ସମସ୍ତ ଫଇସଲା ଭାବିଚିନ୍ତି ଓ ପରାମର୍ଶ କରି କାର୍ଯ୍ୟକ୍ରମ କରିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 1 =