ଏଣିକି ବିଳମ୍ବରେ ଆସିଲେ ଟ୍ରେନ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର () ୫ ତାରିଖରୁ ଟ୍ରାକରେ ଦୌଡିବ ଦେଶର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ । ତେବେ ଏହି ଟ୍ରେନରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବ । ଯଦି ଏହି ଟ୍ରେନ ୨ ଘଂଟାରୁ ଅଧିକ ସମୟ ବିଳମ୍ବରେ ଆସେ ତେବେ ଯାତ୍ରୀଙ୍କୁ ୨୫୦ ଟଙ୍କା କ୍ଷତିପୂରଣମିଳିପାରେ ବୋଲି ଆଇଆରସିଟିସି ତରଫରୁ କୁହାଯାଇଛି ।

ତେବେ ଆଇଆରସିଟିସି ପକ୍ଷରୁ କୁହାଯାଇଛି, ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ରେଳ ଯାତ୍ରା ବୀମା ମାଗଣାରେ ଉପଲବ୍ଧ କରାଯିବ ।

Share

Leave a Reply

Your email address will not be published. Required fields are marked *

19 + three =