କଙ୍ଗନା ଉପରେ ଶୋଷଣର ଅଭିଯୋଗ ଆଣିଲେ ଅଧ୍ୟୟନ ସୁମନ

ବଲିଉଡରେ ଏବେ ପୁରୁଷଙ୍କ ପରେ ନାରୀମାନଙ୍କ ଉପରେ ଆସିଲା ଯୌନ ନିର‌୍ୟ୍ୟାତନା ଅଭିଯୋଗ । ପ୍ରଥମେ ଏହି ଅଭିଯୋଗ ତନୁଶ୍ରୀ ଦତା ଓ କଙ୍ଗନା ରାଣାୱତ ଆଣିଥିଲେ । ହେଲେ ଆଶ୍ଚର‌୍ୟ୍ୟର ବିଷୟ ଯେ, ବର୍ତମାନ କଙ୍ଗଳାଙ୍କ ଉପରେ ମଧ୍ୟ ନିର‌୍ୟ୍ୟାତନାର ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗ ଆଣିଛନ୍ତି ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନ ।
ଅଧ୍ୟୟନ ସୁମନ ସୋସିଆଲ ମିଡିଆରେ ନିଜ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ସେୟାର କରିଛନ୍ତି । ସେ କହିଛନ୍ତି କି ୨ ବର୍ଷ ପୂର୍ବେ ସେ ମଧ୍ୟ ଏ ବିଷୟରେ କହିଥିଲେ ହେଲେ ସେତବେଳେ ତାଙ୍କ କଥା କେହି ଶୁଣି ନଥିଲେ । କିମ୍ବା ବିଶ୍ୱାସ ମଧ୍ୟ କରି ନଥିଲେ । ଅଧ୍ୟୟନ ସୁମନ ନିଜ ଟ୍ୱିଟରେ କଙ୍ଗନାଙ୍କ ନାଁ ନନେଇ ତାଙ୍କ ଆଡକୁ ଇସାରା କରି କହିଛନ୍ତି କି, କିଛି ଲୋକ ମତେ ଏବେ ମୋ ସହିତ ଘଟିଥିବା ଘଟଣାକୁ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି । ଦୁଇ ବର୍ଷ ପୂର୍ବେ ସେ ଏହି କଥା ଉଠାଇ ଥିବାରୁ ତାଙ୍କୁ ଅପମାନିତ ହେବାକୁ ପଡିଥିଲା । ସମସ୍ତଙ୍କୁ ନିଜ କଷ୍ଟକୁ ସେୟାର କରିବାର ଅଧିକାର ଅଛି । ସେ ଆହୁରି ମଧ୍ୟ କହିଛନ୍ତି କି, ବର୍ତମାନ ତାଙ୍କୁ ସମର୍ଥନ କରୁଥିବାରୁ ସେ ଆନ୍ତରିକତାର ସହ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ କି, କିଛି ବର୍ଷ ତଳେ ଅଧ୍ୟୟନ ସୁମନ ଓ କଙ୍ଗନା ରିଲେସନସିପରେ ଥିଲେ । ଆଗରୁ ଅଧ୍ୟୟନ କଙ୍ଗନାଙ୍କ ଉପରେ ଗୁଣି ଗାରେଡି କରିଥିବାର ଅଭିଯୋଗ ମଧ୍ୟ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − 6 =