ଆପାର୍ଟମେଂଟରୁ ମିଳିଲା ଯୁବକ ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର– ନିଳାଦ୍ରୀବିହାର ସ୍ଥିତ ଏକ ଅର୍ଦ୍ଧର୍ନିମିତ ଆପାର୍ଟମେଂଟରୁ ଜଣେ ଯୁବକ ଆଉ ଯୁବତୀଙ୍କର ଝୁଲନ୍ତାମୃତ ଦେହ ଉଦ୍ଧାର କରାଯାଇଛି । ସେମାନଙ୍କର ଘର ଭୟୁରଭଂଜରେ ବୋଲି ଜଣାପଡିଛି । ଗତ କାଲି ସେମାନେ ଏଠାରେ ଆସି ପହଂଚି ଶ୍ରମିକ ଭାବରେ କାମ କରିବାକୁ ଚାହିଁଥିଲେ ଓ ଆଜିଠାରୁ ସେମାନେ କାମ କରିଥାନ୍ତେ । କିନ୍ତୁ ଆଜି ସକାଳେ ହଠାତ୍ ସେମାନଙ୍କୁ ଏକ ଅର୍ଦ୍ଧର୍ନିମିତ ଆପାର୍ଟମେଂଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗୋଟିଏ ଓଢଣୀରେ ୨ଜଣ ଯାକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଏହା ପ୍ରକୃତରେ ହତ୍ୟା କିମ୍ବା ଆତ୍ମହତ୍ୟା ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଖବର ପାଇ ମୟୁରଭଂଜରୁ ତାଙ୍କ ସମ୍ପର୍କୀୟମାନେ ଏଠାରେ ଆସି ପହଂଚିଛନ୍ତି । ମୃତକ ୨ଜଣ ସମ୍ପର୍କରେ ମାଉସି ଓ ପୁତୁରା ବୋଲି ଜଣାପଡିଛି । ସେମାନେ ଘରୁ ଲୁଚି ପଳାଇ ଆସିଥିଲେ ଓ ସେମାନେ ପରସ୍ପରକୁ ଭଲ ପାଉଥିଲେ ବୋଲି ଜଣାପଡିଛି । ସେମାନେ ଘରୁ ଲୁଚି ଆସିଲା ବେଳେ ସେମାନଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ଏଠାରେ ଶ୍ରମିକ ଭାବେ କାମ କରିବାକୁ ସ୍ଥିର କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 + one =